ଭୟଙ୍କର ଅଗ୍ନିକାଣ୍ତ, ଏହି ରାଜ୍ୟରେ ୮ ମହଲା ବିଲ୍ଡିଂରେ ଲାଗିଲା ନିଆଁ, ୨ ମୃତ
Accident News: ମୁମ୍ବାଇର ଏକ ୮ ମହଲା ବିଲ୍ଡିଂରେ ଲାଗିଲା ଭୟଙ୍କର ନିଆଁ । ଭୟଙ୍କର ନିଆଁରେ କ୍ଷଣିକରେ ଜଳି ଉଠିଲା କୋଠ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ମୁମ୍ବାଇ ସ୍ଥିତ ବୋରିୱଲିରେ ଥିବା ଏକ ୮ ମହଲା ବିଲ୍ଡିଂରେ ଅଗ୍ନିକାଣ୍ତ ଘଟିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଏବଂ ୩ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ବୋରିୱଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
#UPDATE | Mumbai Fire | 2 people lost their lives and 3 persons are injured in the fire that broke out in the Pavan Dham Veena Santur Building of Mahaveer Nagar in Kandivali West earlier today: BMC https://t.co/kIihHcIW2U
— ANI (@ANI) October 23, 2023
ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨.୩୦ ମିନିଟରେ ବୋରିୱଲିର ମହାବୀର ନଗର ଅଞ୍ଚଳରେ ଥିବା ପାୱନ ଧାମ ବିନା ସନ୍ତୁର ବିଲ୍ଡିଂର ପ୍ରଥମ ଫ୍ଲୋରରେ ନିଆଁ ଲାଗିଥିଲା । ଯାହା ପରେ ପୁରା ବିଲ୍ଡିଂରେ ନିଆଁ ବ୍ୟାପି ଯାଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଏବଂ ୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଛି ।

ବର୍ତ୍ତମାନ ମଧ୍ୟ ଅନେକ ଲୋକ ବିଲ୍ଡିଂ ମଧ୍ୟ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ ତାହା ସ୍ପଷ୍ଟ ହୋଇ ନାହିଁ ହେଲେ ଶର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications