Get Updates
Get notified of breaking news, exclusive insights, and must-see stories!

ଭାରତୀୟ ରେଳ ପାଇଁ ପାଣ୍ଠି ଅପରିବର୍ତ୍ତିତ ରହିବାର ସମ୍ଭାବନା,ଫୋକସରେ ବନ୍ଦେ ଭାରତ, ବୁଲେଟ୍ ଟ୍ରେନ୍!

୨୦୨୬-୨୭ ଆର୍ଥିକବର୍ଷର ବଜେଟ୍‌ ଆସନ୍ତା ବର୍ଷ ଫେବ୍ରୁଆରି ୧ ତାରିଖରେ ଆଗତ ହେବା ସମ୍ଭାବନା ରହିଛି। ପୂର୍ବ ଭଳି ଆସନ୍ତାବର୍ଷ ମଧ୍ୟ ସାଧାରଣ ବଜେଟ୍‌ ସହିତ ରେଳ ବଜେଟ୍‌ ମିଶିକରି ଆସିବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତୀୟ ରେଳବାଇ ପାଇଁ ସରକାର ମୋଟ ବଜେଟ୍‌ ସହାୟତା ବାବଦ ରାଶି ବୃଦ୍ଧି କରି ନପାରନ୍ତି। ୨୦୨୫-୨୬ ଆର୍ଥିକବର୍ଷ ପାଇଁ ମୋଟ ବଜେଟ୍‌ ସହାୟତା ୨.୫୨ ଲକ୍ଷ କୋଟି ଟଙ୍କା ରହିଥିଲା। ଅତିରିକ୍ତ ବଜେଟ୍‌ ସମ୍ବଳ ଜରିଆରେ ରେଳବାଇକୁ ଅଧିକ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି।

ଆବଣ୍ଟିତ ରାଶିର ବଡ଼ ଅଂଶ ରେଳବାଇ ପ୍ରାୟତଃ ବିନିଯୋଗ କରି ସାରିଲାଣି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଭାରତୀୟ ରେଳବାଇ ମୋଟ ବଜେଟ୍‌ ସହାୟତାର ୭୭ ପ୍ରତିଶତ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ କରି ସାରିଛି। ଭିତ୍ତିଭୂମିର ଆଧୁନିକୀକରଣ ଯେଉଁ ବେଗରେ ହେବା କଥା ତା‌ହା ହେଉଛି। ଆର୍ଥିକବର୍ଷ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ପୁଞ୍ଜି ବ୍ୟୟ ବାବଦରେ ୧.୯୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଲାଣି ବୋଲି ସେ କହିଛନ୍ତି।

ସେହିଭଳି ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ବଜେଟ୍‌ ସହାୟତାରେ ବଡ଼ଧରଣ ବୃଦ୍ଧିର ଆବଶ୍ୟକତା ନାହିଁ। କାରଣ ପ୍ରମୁଖ ନେଟ୍‌ୱର୍କ ଅଧିଗ୍ରହଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଆସିଲାଣି। ‌ରେଳବାଇର ବିଦ୍ୟୁତୀକରଣ କାର୍ଯ୍ୟ ୯୯.୨ ପ୍ରତିଶତ ସଂପୂର୍ଣ୍ଣ ହୋଇଛି।

railway
ପୁଞ୍ଜି ବ୍ୟୟ ପାଇଁ ଭାରତୀୟ ରେଳବାଇ ମୋଟ ବଜେଟ୍‌ ସହାୟତା ରାଶିକୁ ବିନିଯୋଗ କରିଥାଏ। ନୂଆ ରେଳଲାଇନ ବିଛାଇବା, ବର୍ତ୍ତମାନର ରେଳଲାଇନଗୁଡ଼ିକୁ ଦୋହରୀକରଣ କରିବା, ବ୍ରଡ୍‌ଗେଜ୍‌ରେ ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହୋଇଥାଏ। ସେହିଭଳି ୱାଗନ, ବଗି ଏବଂ ରେଳ ଇଞ୍ଜିନ ଆଦି କିଣିବା ନିମନ୍ତେ ଏହି ଅର୍ଥ ବିନିଯୋଗ ହୋଇଥାଏ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+