Get Updates
Get notified of breaking news, exclusive insights, and must-see stories!

ଚଳିତ ବଜେଟ ହେଉଛି ସାଧାରଣ ଲୋକଙ୍କ ବିରୁଦ୍ଧରେ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକସଭାରେ ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଏହା ମଧ୍ୟ ପ୍ରଥମ ପୂର୍ଣ୍ଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ।

ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି । ବଜେଟ ଉପସ୍ଥାପନା ପରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ । ବଜେଟ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସମାଲୋଚନା କରି କହିଛନ୍ତି "ମୋର କେବଳ ଏତିକି କହିବାର ଅଛି ଯେ ଏହି ବଜେଟ୍ ଦିଗହୀନ ଏବଂ ସାଧାରଣ ଲୋକଙ୍କ ବିରୁଦ୍ଧରେ । ଏଥିରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହି ବଜେଟରେ ମତେ କିଛି ଦେଖା ଯାଉ ନାହିଁ । ଖାଲି ଅନ୍ଧାର, ଅନ୍ଧାର ଓ ଅନ୍ଧାର ବୋଲି କହିଛନ୍ତି

Mamata Banerjee

ମମତା ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମକେ ଷ୍ଟାଲିନ ମଧ୍ୟ ସାଧାରଣ ବଜେଟକୁ ବିରୋଧ କରିଛନ୍ତି । କେନ୍ଦ୍ର ବଜେଟ୍ କୁ 'ଭେଦଭାବ ଏବଂ ନିରାଶା'ରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ଷ୍ଟାଲିନ୍ । ଏହି ବଜେଟ୍ ବଛାବଛା ରାଜ୍ୟ ପାଇଁ ବୋଲି ଷ୍ଟାଲିନ୍ ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+