ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପୂର୍ଣ୍ଣ ତଦନ୍ତ ଆରମ୍ଭ; କାହିଁକି ହେଲା ଦୁର୍ଘଟଣା ?
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପୂର୍ଣ୍ଣ ତଦନ୍ତ ଆରମ୍ଭ କଲା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ । କାହିଁକି ହେଲା ଦୁର୍ଘଟଣା ତାର କାରଣ ଖୋଜା ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ତଦନ୍ତକାରୀ ଟିମକୁ ସହଯୋଗ କରିବେ ଗୁଜରାଟ ରାଜ୍ୟ ସରକାରଙ୍କ ୪୦ ଜଣ ଅଧିକାରୀ ।
ଜାତୀୟ ତଦନ୍ତକାରୀ ସଂସ୍ଥ NIA ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆମେରିକା ଓ ବ୍ରିଟେନରୁ ଆସିଛନ୍ତି ତଦନ୍ତକାରୀ ବିଶେଷଜ୍ଞ ଟିମ୍ । ଏମାନେ ତଦନ୍ତ ପ୍ରକ୍ରିୟାରେ ଭାରତୀୟ ଏଜେନ୍ସୀ ଗୁଡ଼ିକୁ ସହାୟତା କରିବେ । ଅନ୍ୟପଟେ ୧୦୦ ଜଣ କେୟାରଗିଭର ଓ ୪୦ ଜଣ ଇଞ୍ଜିନିୟର ଆସି ଅହମ୍ମଦାବାଦରେ ପହଞ୍ଚିଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ଟ୍ରାଫିକ୍ ରେ ଫସିଗଲେ, ଜୀବନ ବଞ୍ଚିଗଲା । ଫ୍ଲାଇଟ୍ ପାଇଁ ବିଳମ୍ବରେ ପହଁଚିବାରୁ ଦୁର୍ଘଟଣାରୁ ବର୍ତ୍ତିଗଲେ ଜଣେ ଯାତ୍ରୀ । ଗୁୁଜରାଟ ଭରୁଚ ଅଞ୍ଚଳର ଭୂମି ଚୌହାନ ନାମକ ମହିଳା ଗତକାଲି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭୂମି କହିଛନ୍ତି, ଚେକ୍ ଇନ୍ ଗେଟ୍ ରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ, କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଯିବାର ଅନୁମତି ଦେଇନଥିଲେ । ଯାହାଦ୍ୱାରା ତାଙ୍କର ଫ୍ଲାଇଟ୍ ମିସ୍ ହୋଇଯାଇଥିଲା । ବିମାନ ହରାଇବା ପରେ, ସେ ଅପରାହ୍ନ ସାଢେ ଗୋଟେରେ ବିମାନବନ୍ଦରରୁ ଘରକୁ ଫେରିଆସିଥିଲେ ।
ତେବେ କିଛି ସମୟ ପରେ ଏହି ଭୟଙ୍କର ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇ ସବ୍ଧ ହୋଇଥିଲେ ଭୂମି । ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଏବଂ ସେ ଏଥିରୁ ବର୍ତ୍ତି ଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ଭୂମି ଓ ତାଙ୍କ ପରିବାର । ଏୟାର ଇଣ୍ଡିଆର ବିମାନ- ବୋଇଂ ୭୮୭-୮ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ମୋଟ ୨୬୫ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢିପାରେ ଏହି ସଂଖ୍ୟା ।
ତେବେ ଭୂମି ଲଣ୍ଡନର ବିଷ୍ଟୋଲ ଯାଇଥାନ୍ତେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଲଣ୍ଡନରେ ରୁହନ୍ତି ଏବଂ ଛୁଟି ପାଇଁ ଭାରତ ଆସିଥିଲେ । ତାଙ୍କ ସ୍ୱାମୀ ଏବେ ବି ବ୍ରିଟେନରେ ଅଛନ୍ତି । ସ୍ୱାମୀଙ୍କ ପାଖକୁ ଯିବାପାଇଁ ବାହାରିଥିବା ଭୂମି । ମାତ୍ର ୧୦ ମିନିଟ୍ ବିଳମ୍ବ ହେତୁ ଯାତ୍ରା କରିପାରି ନଥିଲେ । ଟ୍ରାଫିକ୍ ଯୋଗୁଁ ସେ ବିମାନବନ୍ଦର ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଭୂମି ଦୁଇ ବର୍ଷ ପୂର୍ବେ ଲଣ୍ଡନ ଯାଇଥିଲେ । ଏହାପରେ ସେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ ।












Click it and Unblock the Notifications