ଦିଲ୍ଲୀର କର୍ତ୍ତ୍ୟବପଥରେ ଯବାନଙ୍କ ଫୁଲ୍ ଡ୍ରେସ ରିହରସାଲ
ଯବାନଙ୍କ ପାଇଁ ଦେଶ ଆଗ। ଦେଶର ସୁରକ୍ଷା ପାଇଁ ଓ ମାଟି ମାଆର ଟେକ ରକ୍ଷା ପାଇଁ ସଦାସର୍ବଦା ତତ୍ପର ଭାରତୀୟ ଯବାନ । ଭାରତୀୟ ଯବାନଙ୍କ ଦେଶପ୍ରେମ ଅନ୍ୟମାନଙ୍କୁ ଅନେକବାର ଉଦବୋଧ୍ କରିଛି। ନିଜର ସାହସ, ଧୈର୍ଯ୍ୟ ଓ ଶୌର୍ଯ୍ୟ ପାଇଁ ବାରମ୍ବାର ହୃଦୟ ଜିଣିଥାନ୍ତି ଭାରତୀୟ ବୀର ଯବାନ । ସେନାର ପୋଷାକ ପିନ୍ଧିଦେଲେ ଶରୀରରେ ଚାଲି ଆସେ ଶତ ସିଂହର ବଳ। ମୈଦାନକୁ ଓହ୍ଲାଇଲା ମାନେ ପଛକୁ ଫେରି ଚାହନ୍ତିନି ବୀର ଯବାନ ।

ପ୍ରବଳ ବର୍ଷାରେ
ଯବାନ ଜୋସରେ ...
କର୍ତ୍ତବ୍ୟପଥରେ ଗଣତନ୍ତ୍ର ଦିବସର ପରେଡ ଫୁଲ୍ ଡ୍ରେସ୍ ରିହରର୍ସାଲ ଚାଲୁଥିଲା, ହଠାତ୍ ପାଗର ମୁଡ୍ ବଦଳିଲା
ଷ୍ଟାଣ୍ଡରେ ବସିଥିବା ଦର୍ଶକ ଯେଣେତେଣେ ପ୍ରକାର ନିଜକୁ ବର୍ଷାରୁ ରକ୍ଷା କରୁଥିଲେ
ପ୍ରବଳ ବର୍ଷାରେ ଯେତେବେଳେ ସମସ୍ତେ ଥରୁଥିଲେ ସେତେବେଳେ ଦମ୍ଭର ସହ ଛିଡା ହୋଇଥିଲେ ଭାରତର ବୀର ଯବାନ
ଶୀତ ଓ ବର୍ଷା ମଧ୍ୟରେ ଜୋଶ ଦେଖାଇଥିଲେ ଯବାନ
ଫୁଲ୍ ଡ୍ରେସ୍ ପରେଡ ଉପରେ ଟିକିଏ ବି ପ୍ରଭାବ ପଡିନଥିଲା
ବିଜୁଳି, ପବନ ଓ ବର୍ଷାରେ ଲଗାତାର ପରେଡ ଜାରି ରଖିଥିଲେ ବୀର ଯୋଦ୍ଧା
ବୀର ଯବାନଙ୍କ କମାଣ୍ଡରେ ବର୍ଷା ଓ ପବନର ତେଜ ଫିକା ପଡି ଯାଉଥିଲା
ଯବାନଙ୍କ ଗର୍ଜନରେ କମ୍ପି ଉଠୁଥିଲା କର୍ତ୍ତବ୍ୟପଥ
ଏହି ସାହସ ଓ ଶୌର୍ଯ୍ୟ ହିଁ ଭାରତୀୟ ଯବାନଙ୍କ ପରିଚୟ
ପ୍ରବଳ ବର୍ଷା ଭିତରେ ଓଡ଼ିଶା ପ୍ରଜ୍ଞାପନ ମେଢର ପ୍ରଥମ ଝଲକ ଦେଖିବାକୁ ମିଳିଛି
କୋଣାର୍କ ସୂର୍ଯମନ୍ଦିର ଢାଞ୍ଚାରେ ପ୍ରସ୍ତୁତ ହୋଇଛି ପ୍ରଜ୍ଞାପନ ମେଢ
ପ୍ରଜ୍ଞାପନ ମେଢର ଥିମ୍ ରହିଛି ସଏଲ ଟୁ ସିଲିକନ୍
ସେପଟେ ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଛି ଫୁଲ ଡ୍ରେସ୍ ରିହର୍ସାଲ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ଲୋୟର ପିଏମଜି ରାସ୍ତା । ଏହି ରାଜ୍ୟସ୍ତରୀୟ ସମାରୋହ ପାଇଁ ପ୍ରାୟ ୫୦ରୁ ଅଧିକ କଣ୍ଟିଜେଣ୍ଟ ଭାଗ ନେବେ । ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ଛାତ୍ର ଛାତ୍ରୀ ପରେଡ୍ ପରିବେଷଣ କରିବେ। ଏଥିସହ ବିଭିନ୍ନ ଜିଲ୍ଲାର ୫ଟି ଲୋକ ନୃତ୍ୟ ଓ ଲୋକକଳା ଗ୍ରୁପ ମଧ୍ୟ ଅଂଶ ଗ୍ରହଣ କରିବେ । କମିସନରେଟ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।












Click it and Unblock the Notifications