For Quick Alerts
Turn On Notification  
For Daily Alerts
Oneindia App Download

କ୍ରମାଗତ ଚାରି ଦିନ ଧରି ସ୍ଥିର ରହିଛି ପେଟ୍ରୋଲ-ଡିଜେଲ ମୂଲ୍ୟ, ତୈଳ ଦର ଉପରେ ଟିକସ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ସରକାର

ଗତ ସପ୍ତାହରେ ତୈଳ ଦରରେ ରେକର୍ଡ ବୃଦ୍ଧି ପରେ ମାର୍ଚ୍ଚ 3 ରେ କ୍ରମାଗତ ଚାରି ଦିନ ଧରି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ତେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିପାରନ୍ତି ।

|

ନୂଆଦିଲ୍ଲୀ : ଗତ ସପ୍ତାହରେ ତୈଳ ଦରରେ ରେକର୍ଡ ବୃଦ୍ଧି ପରେ ମାର୍ଚ୍ଚ 3 ରେ କ୍ରମାଗତ ଚାରି ଦିନ ଧରି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଥି ସହ ସୂତ୍ରରୁ ପ୍ରକାଶ ପାଇଛି ଯେ, ସାଧାରଣ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ ଆଶ୍ୱସ୍ତି ଦେବା ପାଇଁ ସରକାର ତେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ।

PEtrol-Pump

ଏଥି ସହିତ, ଯଦି ଆଜିର ତୈଳ ମୂଲ୍ୟ ବିଷୟରେ କହିବା, ତେବେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 91ଟଙ୍କା 17 ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା 81 ଟଙ୍କା 47 ପଇସା ରହିଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଏହି ସୂଚନା ଦେଇଛି । ସେହିପରି ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 97 ଟଙ୍କା 57 ପଇସା ଏବଂ ଡିଜେଲ ଲିଟର ପିଛା 88ଟଙ୍କା 60 ପଇସା ରହିଛି ।

କରୋନା ମହାମାରୀ ହେତୁ ହ୍ରାସ ପାଇଥିବା ଅର୍ଥନୀତିକୁ ଫେରାଇ ଆଣିବା ଏବଂ ରାଜସ୍ୱ ସଂଗ୍ରହକୁ ବୃଦ୍ଧି କରିବା ପାଇଁ ସରକାର ଗତ 12 ମାସ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଦୁଇ ଥର ଟିକସ ବୃଦ୍ଧି କରିଛନ୍ତି । ଗତ ସପ୍ତାହରେ ତୈଳ ମୂଲ୍ୟରେ ବୃଦ୍ଧି ପରେ ଦେଶର ଅନେକ ସହରରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ କରିଥିଲା । ଅନେକ ସହରରେ ପେଟ୍ରୋଲ 100 ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା ।

ବିଶ୍ୱରେ ଚାଲିଥିବା କରୋନା ଟୀକାକରଣ ଏବଂ ଆମେରିକାର ବିଧାନସଭା ଦ୍ୱାରା ଜାରି ହୋଇଥିବା କରୋନା ଭାଇରସ୍ ରିଲିଫ୍ ପ୍ୟାକେଜ୍ ଫଳରେ ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି ବୋଲି କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Fuel Price : Price Remain Stable For The Forth Consecutive Days, Central Govt planning to Reduce Tax.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X