ବୋତଲ ପାଣି ଶରୀର ପାଇଁ କ୍ଷତିକାରକ ! FASSAI କରାଇଲା ସତର୍କ
ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କୁହାଯାଇଛି।
ଅକ୍ଟୋବର ମାସରେ ସରକାର ଜାରି କରିଥିବା ନିର୍ଦେଶ ଅନୁଯାୟୀ ପ୍ୟାକେଜ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଏଣିକି ଲାଇସେନ୍ସ ପାଇବା ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡରୁ ପ୍ରମାଣପତ୍ର ପାଇବା ବାଧ୍ୟତାମୂଳକ କରିବା ପରେ ଏଫଏସଏସଏଆଇ ଏହି ନିଷ୍ପତି ନେଇଛି।
FASSAI ଆଦେଶ ଅନୁସାରେ, ପ୍ୟାକ୍ଡ ୱାଟର ସମେତ ଉଚ୍ଚ ବିପଦ ଖାଦ୍ୟ ଶ୍ରେଣୀର ବ୍ୟବସାୟଗୁଡ଼ିକୁ ଏଫଏସଏସଏଆଇ ଦ୍ୱାରା ମାନ୍ୟତା ପ୍ରାପ୍ତ ଥାର୍ଡ ପାର୍ଟି ଖାଦ୍ୟ ସୁରକ୍ଷା ଏଜେନ୍ସି ଜରିଆରେ ବାର୍ଷିକ ଅଡିଟ୍ କରିବାକୁ ହେବ । ଉତ୍ପାଦର ସୁରକ୍ଷା ଏବଂ ଗୁଣବତ୍ତାରେ ସୁଧାର କରିବା ସରକାରଙ୍କ ଏହି ପଦକ୍ଷେପ ପଛର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ୱାରା ଉପଭୋକ୍ତାଙ୍କୁ ସୁରକ୍ଷିତ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇପାରିବ ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବୋତଲ ପାଣି ଉଦ୍ୟୋଗ ନିୟମକୁ ସରଳୀକରଣ ପାଇଁ ସରକାରଙ୍କ ପାଖରେ ଅପିଲ୍ କରିଥିଲେ । ବାଧ୍ୟତାମୂଳକ ପ୍ରମାଣପତ୍ର ହଟାଇବା ପାଇଁ ବିଆଇଏସ୍ ଏବଂ FASSAIକୁ ଉଦ୍ୟୋଗ ଅନୁରୋଧ କରିଥିଲା । ବିଶେଷଜ୍ଞଙ୍କ ମତରେ ନୂଆ ନିୟମ ଦ୍ୱାରା ଅନୁପାଳନ ପ୍ରକ୍ରିୟା ସହଜ ଏବଂ ନିର୍ମାତାଙ୍କ ବୋଝ କମ କରିବାରେ ସହାୟକ ହେବ ।












Click it and Unblock the Notifications