71 ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ

ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ । 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । 1951 ମସିହା ଜୁଲାଇ 10ରେ ସେ ଉତ୍ତରପ୍ରଦେଶର ଚାନ୍ଦୁଲି ଜିଲ୍ଲାର ଭବହୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ । 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । 1951 ମସିହା ଜୁଲାଇ 10ରେ ସେ ଉତ୍ତରପ୍ରଦେଶର ଚାନ୍ଦୁଲି ଜିଲ୍ଲାର ଭବହୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜନେତା ରାଜନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

rajnath singh
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜନାଥଙ୍କ ଦୀର୍ଘାୟୁ କାମନା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଦୃଢ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ରାଜନାଥ ଉଲ୍ଲେଖନୀୟ ଉଦ୍ୟମ କରୁଛନ୍ତି । ସମାଜ ସେବା, କୃଷି ଏବଂ ଗ୍ରାମ ବିକାଶ ପ୍ରତି ତାଙ୍କର ଆଗ୍ରହ ବେଶ ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି।

ସେହିପରି ଅମିତ ଶାହ ଟ୍ବିଟ କରି ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ରାଜନାଥ ସିଂ ତିନି ସେନାର ଆଧୁନିକରଣ କରିଛନ୍ତି, ଯାହା ଦେଶକୁ ଆହୁରି ଶସକ୍ତ କରିବ । ଦଳକୁ ମଜବୁତ କରିବାରେ ରାଜନାଥଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ଶାହ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ଲେଖିଛନ୍ତି, ଯେ ଭାରତର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂହଙ୍କୁ ଜନ୍ମଦିନର ଶୁଭେଚ୍ଛା, ଦେଶ ପ୍ରତି ଆପଣଙ୍କର ସେବା ଓ ଉତ୍ସର୍ଗ ଏକ ପ୍ରେରଣା । ମୁଁ ତୁମର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ,କେନ୍ଦ୍ର କ୍ୟାବିନେଟରେ ମୋର ସାଥୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଆପଣ ସୁସ୍ଥ ଏବଂ ଦୀର୍ଘାୟୁ ରୁହନ୍ତୁ । 2019ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିବା ପୂର୍ବରୁ ସିଂ ପ୍ରଥମ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟରେ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+