ରାଷ୍ଟ୍ରପତିଙ୍କୁ ଭେଟିବା ଠାରୁ ଆରମ୍ଭ କରି ଦହି ଏବଂ ଚିନି ଖୁଆଇବା ପର୍ଯ୍ୟନ୍ତ, ଜାଣନ୍ତୁ ବଜେଟ୍ ର ପରମ୍ପରା କ’ଣ?
ସକାଳ ୮ଟା ୪୫ମିନିଟରୁ ୯ଟା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଦଳ (ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ ସଚିବ) ସହିତ ନର୍ଥ ବ୍ଲକ୍ (ଅର୍ଥ ମନ୍ତ୍ରଣାଳୟ)ରୁ ପ୍ରସ୍ଥାନ କରନ୍ତି । ପ୍ରଥମ ଫଟୋ ସେସନ୍ ହୋଇଛି, ଯେଉଁଠଶରେ ସେ ଗଣମାଧ୍ୟମକୁ ବଜେଟର ଡିଜିଟାଲ୍ ଲେଜର ଦେଖାଇଛନ୍ତି ।

ସକାଳ ୯ଟା ୧୫ମିନିଟରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ । ସେଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ରାଷ୍ଟ୍ରପତି ବଜେଟ୍ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବରେ ଅଧିକାର ଦେଇଛନ୍ତି । ଏକ ପୁରୁଣା ରୀତିନୀତି ଅନୁଯାୟୀ, ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ଦହି ଏବଂ ଚିନି ଖୁଆଇ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ପାଇବା ପରେ ସକାଳ ୧୦ଟାରେ ଅର୍ଥମନ୍ତ୍ରୀ ସିଧାସଳଖ ସଂସଦ ଭବନରେ ପହଞ୍ଚିଛନ୍ତି । ସେଠାରେ ମଧ୍ୟ ମୁଖ୍ୟ ଫାଟକରେ ଗଣମାଧ୍ୟମ ପାଇଁ ଏକ ସଂକ୍ଷିପ୍ତ ଫଟୋ ସେସନ୍ ହୋଇଥାଏ ।
ସକାଳ ୧୦ଟା ୧୫ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂସଦ ଭବନ ଭିତରେ ବୈଠକ ହୋଇଛି । ଏହି ସଂକ୍ଷିପ୍ତ ବୈଠକରେ କ୍ୟାବିନେଟ ଆନୁଷ୍ଠାନିକ ଭାବରେ ବଜେଟକୁ ଅନୁମୋଦନ କରିଥାଏ, କ୍ୟାବିନେଟର ଅନୁମୋଦନ ବିନା ବଜେଟ୍ ଉପସ୍ଥାପନ କରାଯାଇପାରିବ ନାହିଁ।
୧୧:୦୦: ବଜେଟ୍ ଭାଷଣ ଆରମ୍ଭ
ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ବାଚସ୍ପତି ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ନିମନ୍ତ୍ରଣ କରନ୍ତି। ତା'ପରେ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଭାଷଣ ଆରମ୍ଭ କରନ୍ତି। ଏହା ସାଧାରଣତଃ ୯୦ ମିନିଟ୍ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ନିର୍ମଳା ସୀତାରମଣ ସବୁଠାରୁ ଦୀର୍ଘ ବଜେଟ୍ ଭାଷଣ (୨ଘଣ୍ଟା ୪୨ ମିନିଟ୍) ଦେବାର ରେକର୍ଡ ରଖିଛନ୍ତି।












Click it and Unblock the Notifications