ମଇ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିରିଡି ସାଇ ମନ୍ଦିର
ନାସିକ:ମହାରାଷ୍ଟ୍ରରେ ରହିଛି ପ୍ରସିଦ୍ଧ ଶିରିଡି ସାଇ ମନ୍ଦିର । ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସିଆଇଏସଏଫ୍ ମୁତୟନ କରିବାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଏପରିକି ଶିରିଡିରବାସୀ ମଧ୍ୟ କେନ୍ଦ୍ରର ଏହି ପ୍ରସ୍ତାବକୁ ନାପସନ୍ଦ କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଯାଇଛି ।
ଯେଉଁଥି ପାଇଁ ମଇ ୧ ତାରିଖରେ ଶିରିଡି ସାଇ ବାବାଙ୍କ ମନ୍ଦିର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତେବେ ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ରହିଛି ।

ଏହି ଖବର ପ୍ରକାଶ ପାଇବା ପରେ ଭକ୍ତଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୁନିଆରୁ କୋଟି କୋଟି ଲୋକ ବାବାଙ୍କ ଦର୍ଶକ କରିବା ପାଇଁ ପ୍ରତ୍ୟେକ ଦିନ ଶିକିଡି ଆସିଥାନ୍ତି । ଶିରିଡି ସାଇ ମନ୍ଦିରରେ ଭକ୍ତମାନେ ବହୁତ ଦାନ ମଧ୍ୟ କରିଥାନ୍ତି । ମନ୍ଦିରର ଦାନକୁ ନେଇ ପ୍ରାୟତଃ ଚର୍ଚ୍ଚା ଲାଗି ରହିଥାଏ । ତେବେ ଶିରିଡି ସାଇ ବାବାଙ୍କ ମନ୍ଦିରରେ ସୁରକ୍ଷା ପାଇଁ ସିଆଇଏସଏଫ୍ ମୁତୟନର ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ଓ ଗ୍ରାମବାସୀ ବିରୋଧ କରୁଛନ୍ତି ।












Click it and Unblock the Notifications