ପ୍ରେମ ପାଇଁ ଭାରତରୁ ପାକିସ୍ତାନ: ଅଞ୍ଜୁଙ୍କ ପିତା କହିଲେ ସେ ଆମ ପାଇଁ ମରିଯାଇଛି
ପ୍ରେମ ପାଇଁ ଭାରତରୁ ପକିସ୍ଥାନ। ସିଧା ଦରିଆ ପାର। ହେଲେ ଏପଟେ ଭାରତରେ ଟେନସନ୍ । ନିଜ ଫେସବୁକ ବନ୍ଧୁ ପାଇଁ ପାକିସ୍ତାନ ଯାଇଥିବା ଭାରତୀୟ ମହିଳା ଅଞ୍ଜୁଙ୍କ ପିତା କହିଛନ୍ତି ଯେ ସେ ଆମ ପାଇଁ ମରିଯାଇଛି। ଆମେ ତା ମୁହଁ ଦେଖିବାକୁ ଚାହୁଁନୁ ।
ଅଞ୍ଜୁଙ୍କ ବାପା ଆହୁରି କହିଛନ୍ତି ଯେ, ମୁଁ ତାହା ସହ ଅଧିକ କଥାବାର୍ତ୍ତା କରେ ନାହିଁ । ସେ ତା ବୋଉ ସହ କଥା ହୁଏ । ତାର ଦୁଇଟି ଛୋଟ ଛୁଆ ଅଛନ୍ତି ତାଙ୍କ ଭବିଷ୍ୟତ କଣ ହେବ ?

ତେବେ ସେ ଯେଉଁଭଳି ଭାବେ ଜ୍ବାଇଁ ଅରବିନ୍ଦଙ୍କୁ ଲୁଚାଇ ରାଜସ୍ଥାନରୁ ପାକିସ୍ତାନ ଯାଇଛି ତାହା ଆଦୌ ଠିକ କରିନି । ପିଲା ଓ ସ୍ବାମୀଙ୍କୁ ଛାଡ଼ି ଏମିତ କେଉଁ ସ୍ତ୍ରୀ ବା ମା' ଚାଲି ଯାଇପାରେ?
ମୁଁ ଅଞ୍ଜୁର ଏଭଳି ନିଷ୍ପତ୍ତିରେ ସହମତ ନୁହେଁ। ତେଣୁ ତାର ବିରୋଧରେ ଯାହାବି ପଦକ୍ଷେପ ନିଆଯିବ ସେଥିପାଇଁ ମୋର କୌଣସି ଆପତ୍ତି ନାହିଁ ବୋଲି ଅଞ୍ଜୁଙ୍କ ପିତା କହିଛନ୍ତି।
ପାକିସ୍ତାନ ଯାଇଥିବା ଭାରତୀୟ ମହିଳା ଅଞ୍ଜ୍ଜୁ ଇସଲାମ ଧର୍ମ ଗ୍ରହଣ କରିବା ପରେ ତାଙ୍କ ଫେସବୁକ ବନ୍ଧଙ୍କୁ ବିବାହ କରିଛନ୍ତି । ସେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ନିଜର ଫେସବୁକ ପ୍ରେମିକଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିବାର ସୋସିଆଲ ମିଡିଆରୁ ଜଣାପଡ଼ିଛି।
ତେବେ ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି ।












Click it and Unblock the Notifications