ମଣିପୁରରେ ଥମୁନି ହିଂସା: ପୁଣି ଲାଗିଲା କର୍ଫ୍ୟୁ
ମଣିପୁରରେ: ଦିନ ଗଡୁଛି ହେଲେ ମଣିପୁରରେ ଥମୁନି ହିଂସା । ମଣିପୁର ଥୌବଲ ଜିଲ୍ଲାରେ କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଉପରେ ଗିଳିମାଡ଼ କରିଛନ୍ତି । ଯେଉଁଥିରେ ୩ ଜଣ ବିଏସଏଫ୍ ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି । ଏନେଇ ମଣିପୁର ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ।
ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବୁଧବାର ଦିନ ବିଳମ୍ବିତ ରାତିରେ କିଛି ଲୋକ ଏକ ବିରୋଧ ପ୍ରଦର୍ଶନ କରିଥିଲେ ଯାହା ମଧ୍ୟରୁ କିଛି ବନ୍ଧୁକଧାରୀ ଥୌବଲ ପୋଲିସ ହେଜ୍ ଅଫିସରେ ପସି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ଜବାବ ଦେଇଥିଲେ । ଥୌବଲ ଜିଲ୍ଲା ଖଙ୍ଗାବୋକରେ ତୃତୀୟ ଭାରତୀୟ ରିଜର୍ଭ ବଟାଲିଅନ ଉପରକୁ ବନ୍ଧୁକଧାରୀମାନେ ଟାର୍ଗେଟ୍ କରିଥିବା ନେଇ ସୂଚନା ରହିଛି ।

ତେବେ ଏହି ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ତିନି ଆହତ ଯବାନ ହେଲେ କନେଷ୍ଟବଳ ଗୌରବ କୁମାର, ଏଏସଆଇ ସୋବରାମ ସିଂହ ଏବଂ ଏଏସଆଇ ରାମଜୀ । ସମସ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ଏହି ଘଟଣା ପରେ ସାରା ଅଞ୍ଚଳରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗି କରାଯାଇଛି । ଖବର ଏହା ମଧ୍ୟ ରହିଛି ଯେ, ଗତକାଲି କୁକୁ ସମ୍ପ୍ରଦାୟକ କିଛି ବ୍ୟକ୍ତି ତେଙ୍ଗନୋଇଲ ଜିଲ୍ଲାର ସୀମାବର୍ତ୍ତି ସହରେ ଥିବା ସୁରକ୍ଷାକର୍ମୀଙ୍କ ଏକ ଚେକ୍ ପୋଷ୍ଟ ଉପରେ ମଧ୍ୟ ଆକ୍ରମଣ କରିଥିଲେ ।












Click it and Unblock the Notifications