ଥମୁନି ମଣିପୁର ହିଂସା: ଇମ୍ଫାଲରେ ଦୁଇଟି ଘର ଜାଳିଲେ ଦଙ୍ଗାକାରୀ
Manipur Fresh Violence: ମଣିପୁରରେ ପୁଣି ସ୍ଥିତି ବିଗିଡିବାରେ ଲାଗିଛି । ମଣିପୁରର ରାଜଧାନୀ ଇମ୍ଫାଲର ପଶ୍ଚିମ ଜିଲ୍ଲାରେ ପୁଣି ହିଂସାକାଣ୍ତ ଘଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇଟି ଘରେ ନିଆଁ ଲଗାଇଦେଲେ ଦଙ୍ଗାକାରୀ । ଏହି ଘଟଣା ପାଟସୋଇ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ନେଇ ସୂଚନା ରହିଛି ।
ବୁଧବାର ରାତି ପ୍ରାୟ 10ଟା ସମୟରେ ଏହି ଘଟଣା ଘଟିଛି ଯ ଯେଉଁଠାରେ ଦୁଇଟି ଘରେ ନିଆଁ ଲାଗିଯାଇଥିଲା। ପୋଲିସର ସୂଚନାନୁସାରେ, କିଛି ଅଜଣା ଉପଦ୍ରବୀ ମାନେ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ। ଘଟଣା ପରେ ସେମାନେ ଘଟଣାସ୍ଥଳରୁ ପଳାଇ ଯିବାରେ ସଫଳ ହୋଇଛନ୍ତି । ଖବର ପାଇ ପୋଲିସ, ସୁରକ୍ଷା ବାହିନୀ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଏହି ଘଟଣା ପରେ ମୈତେଇ ସମ୍ପ୍ରଦାୟର ବହୁ ସଂଖ୍ୟାରେ ମହିଳା ଏହି ଅଞ୍ଚଳରେ ଏକାଠି ହୋଇଥିଲେ ମଧ୍ୟ ସୁରକ୍ଷା ବାହିନୀ ସେମାନଙ୍କୁ ଆଗକୁ ବଢିବା ଦେଇନଥିଲେ । ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ପୋଲିସ କହିଛି ଯେ ପରିସ୍ଥିତି ବର୍ତ୍ତମାନ ଆମ ନିୟନ୍ତ୍ରଣରେ ଅଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମଣିପୁରରେ 3 ମଇରେ ପ୍ରଥମେ ହିଂସାକାଣ୍ତ ଆରମ୍ଭ ହୋଇଥିଲା । ସଂରକ୍ଷଣ ବିରୋଧରେ ଏପର୍ଯ୍ୟନ୍ତ ପ୍ରାୟ 200ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମେତୈଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ST) ମାନ୍ୟତା ଦିଆଯାଇଥିଲା । ଏହି ହିଂସା କାଣ୍ତରେ ଶହ ଶହ ଘର ପୋଡି ପାଉଁଶ ହୋଇଯିବା ସହ ଅନେକ ଲୋକଙ୍କ ଘର ନଷ୍ଟ ହୋଇଯାଛି । ବ୍ୟବସାୟ, ଛାତ୍ରମାନଙ୍କ ଅଧ୍ୟୟନ ମଧ୍ୟ ପ୍ରଭାବିତ ହୋଇଛି । ଏପରିକି ଅନେକ ମାସ ଧରି ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
ମଣିପୁରର କୁକି ସମ୍ପ୍ରଦାୟ ମଣିପୁର ପୋଲିସକୁ ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ଏବଂ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସାମ ରାଇଫଲ୍ସ ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆସାମ ରାଇଫଲ୍ସ କେନ୍ଦ୍ର ସରକାରଙ୍କୁ ଏବଂ ମଣିପୁର ପୋଲିସ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ରିପୋର୍ଟ କରୁଥିବା ନେଇ ସୂଚନା ରହିଛି ।












Click it and Unblock the Notifications