Get Updates
Get notified of breaking news, exclusive insights, and must-see stories!

ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ତାଙ୍କ ସ୍ୱାଗତ ପାଇଁ ଦିଲ୍ଲୀ ଓ ଜୟପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଭବ୍ୟ ଆୟୋଜନ କରାଯାଇଛି ।

ଫ୍ରାନ୍ସ ରାଷ୍ଟ୍ରପତି ପ୍ରଥମେ ଜୟପୁରରେ ଅବତରଣ କରିବେ ସେଠାରୁ ଦିଲ୍ଲୀ ଆସିବା ନେଇ ସୂଚନା ରହିଛି । ଜୟପୁରରେ ପହଞ୍ଚିବା ପରେ ସେ ଆମେର ଦୁର୍ଗର ପରିଦର୍ଶନ କରିବେ , ସେଠାରେ ତାଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏହି ସମରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ରହିବେ ।

Emmanuel Macron

ସୂଚନା ଅନୁସାରେ, ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ ଆମେରରୁ ଜନ୍ତର ମନ୍ତର ଅଭିମୁଖେ ଯାତ୍ରା କରିବେ । ଜନ୍ତର ମନ୍ତର ବିଶ୍ୱର ସର୍ବବୃହତ୍ ପର୍ଯ୍ୟବେକ୍ଷଣାଗାର ଏବଂ ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟରୁ ଅନ୍ୟତମ । ଏଠାରେ ବିଶ୍ୱର ସର୍ବ ବୃହତ୍ତ ସୂର୍ଯ୍ୟଘଡ଼ି ରହିଛି । ରାଜସ୍ଥାନରେ ଦୁଇ ନେତା ସ୍ପେସାଲ ଚା'ମଧ୍ୟ ପିଇବେ । ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରନ ଜନ୍ତରମନ୍ତରରୁ ସଙ୍ଗାନେରୀ ଗେଟ୍ ପର୍ଯ୍ୟନ୍ତ ଏକ ବିଶାଳ ରୋଡ୍ ଶୋ କରି ହାୱା ମହଲରେ ପହଞ୍ଚିବେ ।

ଜାନୁଆରୀ 26 ରେ ଇଣ୍ଡିଆ ଗେଟ୍ ଠାରେ ଆୟୋଜିତ ହେବାକୁ ଥିବା ରିପବ୍ଲିକ୍ ଡେ' ପରେଡରେ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରିବେ । ଗଣତନ୍ତ୍ର ଦିବସ ପରେଡ ଦେଖିବା ପରେ ସେ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତିଙ୍କ ଏଟ୍ ହୋମ୍' ରିସେପ୍ସନରେ ଯୋଗଦେବେ।

ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପାଇଁ ମାକ୍ରୋନ୍ ଷଷ୍ଠ ଫ୍ରାନ୍ସର ନେତା । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ ଭାରତ ଗସ୍ତରେ ଆସୁଛନ୍ତି । ମୋଦିଙ୍କ ନିମନ୍ତ୍ରଣ ପାଇବା ପରେ ମାକ୍ରନ୍ ତାଙ୍କ ପୋଷ୍ଟରେ ଲେଖିଥିଲେ, "ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି ଆମନ୍ତ୍ରଣ ପାଇଁ ବହୁତ ଧନ୍ୟବାଦ। ମୁଁ ଆପଣଙ୍କ ସହ ଭାରତର ଗଣତନ୍ତ୍ର ଦିବସ ପାଳନ କରିବି। " ଏହି ଅବସରରେ ଭାରତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+