ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି : ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ହେବେ ସାମିଲ

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ତିନି ଦିନିଆ ଗସ୍ତରେ ଭାରତରେ ଆସି ପହଁଚିଛନ୍ତି । ସେ ସୋମବାର ବିଳମ୍ବିତ ରାତ୍ରରେ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ଏହା ତାଙ୍କର ୨୦୧୭ ପରଠୁ ଚତୁର୍ଥ ଭାରତ ଗସ୍ତ ।

French President

ମାକ୍ରୋନ୍ ଏବଂ ତାଙ୍କ ପତ୍ନୀ ବ୍ରିଜିଟି ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସ୍ୱାଗତ କରିଥିଲେ । ଏହାସହ ଅନ୍ୟ ଅତିଥିମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମାକ୍ରୋନ୍ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

କୁହାଯାଉଛି ଯେ, ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଏଆଇ ସମେତ ରାଫେଲକୁ ନେଇ ବଡ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ । ଫ୍ରାନ୍ସ ଲଗାତାର ଭାବେ ଭାରତ ସହ ପ୍ରତିରକ୍ଷା ସମ୍ପର୍କ ମଜବୁତ କରିବାକୁ ଚାହୁଁଛି । ଆଗାମୀ ଦିନରେ ଭାରତ ୧୧୪ଟି ରାଫେଲ୍ କ୍ରୟ କରିବ । ତେବେ ବୁଧବାର ଫ୍ରାନ୍ସ ରାଷ୍ଟ୍ରପତି ନୂଆଦିଲ୍ଲୀ ଗସ୍ତ କରିବେ । ସେଠାରେ ସେ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସାମିଲ ହେବେ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+