ଜୟପୁରରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି, ସାଧାରଣତନ୍ତ୍ର ଦିବସରେ ଦେବେ ଯୋଗ
ଭାରତରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଅତିଥି ଭାବରେ ରିପବ୍ଲିକ୍ ଡେ ପ୍ୟାରେଡ୍ 2024 ରେ ଯୋଗଦେବେ |

ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ସ୍ୱାଗତ କରିଥିଲେ ।ସୂଚନା ଅନୁସାରେ, ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ ଆମେରରୁ ଜନ୍ତର ମନ୍ତର ଅଭିମୁଖେ ଯାତ୍ରା କରିବେ । ଜନ୍ତର ମନ୍ତର ବିଶ୍ୱର ସର୍ବବୃହତ୍ ପର୍ଯ୍ୟବେକ୍ଷଣାଗାର ଏବଂ ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟରୁ ଅନ୍ୟତମ । ଏଠାରେ ବିଶ୍ୱର ସର୍ବ ବୃହତ୍ତ ସୂର୍ଯ୍ୟଘଡ଼ି ରହିଛି । ରାଜସ୍ଥାନରେ ଦୁଇ ନେତା ସ୍ପେସାଲ ଚା'ମଧ୍ୟ ପିଇବେ । ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରନ ଜନ୍ତରମନ୍ତରରୁ ସଙ୍ଗାନେରୀ ଗେଟ୍ ପର୍ଯ୍ୟନ୍ତ ଏକ ବିଶାଳ ରୋଡ୍ ଶୋ କରି ହାୱା ମହଲରେ ପହଞ୍ଚିବେ ।
ଜାନୁଆରୀ 26 ରେ ଇଣ୍ଡିଆ ଗେଟ୍ ଠାରେ ଆୟୋଜିତ ହେବାକୁ ଥିବା ରିପବ୍ଲିକ୍ ଡେ' ପରେଡରେ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରିବେ । ଗଣତନ୍ତ୍ର ଦିବସ ପରେଡ ଦେଖିବା ପରେ ସେ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତିଙ୍କ ଏଟ୍ ହୋମ୍' ରିସେପ୍ସନରେ ଯୋଗଦେବେ।
ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପାଇଁ ମାକ୍ରୋନ୍ ଷଷ୍ଠ ଫ୍ରାନ୍ସର ନେତା । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ ଭାରତ ଗସ୍ତରେ ଆସୁଛନ୍ତି । ମୋଦିଙ୍କ ନିମନ୍ତ୍ରଣ ପାଇବା ପରେ ମାକ୍ରନ୍ ତାଙ୍କ ପୋଷ୍ଟରେ ଲେଖିଥିଲେ, "ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି ଆମନ୍ତ୍ରଣ ପାଇଁ ବହୁତ ଧନ୍ୟବାଦ। ମୁଁ ଆପଣଙ୍କ ସହ ଭାରତର ଗଣତନ୍ତ୍ର ଦିବସ ପାଳନ କରିବି। " ଏହି ଅବସରରେ ଭାରତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।












Click it and Unblock the Notifications