Get Updates
Get notified of breaking news, exclusive insights, and must-see stories!

ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ରାଫେଲ୍‌ ଖସାଇବା ଦାବିକୁ ଖଣ୍ଡନ କଲା ଫ୍ରାନ୍ସ ନୌସେନା

ଅପରେସନ୍ ସିନ୍ଦୂର ସମୟରେ ରାଫେଲ ଯୁଦ୍ଧ ବିମାନ ଖସାଇବା ଦାବିକୁ ନେଇ ପାକିସ୍ତାନ ପୁଣି ଲଜ୍ଜାର ସମ୍ମୁଖୀନ ହୋଇଛି। ଏଥର ଫ୍ରାନ୍ସ ନୌସେନା ପାକିସ୍ତାନୀ ଗଣମାଧ୍ୟମର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଆଜି ଫ୍ରାନ୍ସ ନୌସେନା ଏନେଇ ଆନୁଷ୍ଠାନିକ ବିବୃତି ଜାରି କରି ଅପରେସନ୍ ସିନ୍ଦୂର ସମୟରେ ରାଫେଲ୍ ଯୁଦ୍ଧ ବିମାନ ଖସାଇବା ଦାବି ଡାହା ମିଛ ଓ କାଳ୍ପନିକ ବୋଲି କହିଛି। ଫ୍ରାନ୍ସ ନୌସେନାର ବରିଷ୍ଠ କମାଣ୍ଡର କହିଛନ୍ତି, ରାଫେଲର ସାମାନ୍ୟ କ୍ଷତି ପହଞ୍ଚାଇବାକୁ ବି ପାକିସ୍ତାନ ସମର୍ଥ ହୋଇନାହିଁ।

rafale

ପାକିସ୍ତାନ ଏହି ମାମଲାରେ ଲଗାତାର ଦେଉଥିବା ବୟାନ କେବଳ ମିଥ୍ୟା ଓ ବିଭ୍ରାନ୍ତି ଉପରେ ଆଧାରିତ ବୋଲି ଫ୍ରାନ୍ସ ନୌସେନା ସ୍ପଷ୍ଟ କରିଛି। ବିଭିନ୍ନ ସମୟରେ ପାକିସ୍ତାନ ଓ ଏହାର ଦରଦୀ ଗୋଷ୍ଠୀ ରାଫେଲକୁ ନେଇ ମିଛ ଖବର ପ୍ରସାର କରୁଛନ୍ତି ଏବଂ ଏଥିପାଇଁ ଗଣମାଧ୍ୟମକୁ ବ୍ୟବହାର କରାଯାଉଛି । ପାକିସ୍ତାନର ସମସ୍ତ ଦାବି ମିଛ ପ୍ରମାଣିତ ହୋଇସାରିଛି। ଏହା ସତ୍ତ୍ବେ ଯୋଜନାବଦ୍ଧ ଭାବେ ରାଫେଲକୁ ବଦନାମ କରିବା ପାଇଁ ଷଡ୍‌ଯନ୍ତ୍ର ଜାରି ରହିଛି ବୋଲି ଫ୍ରାନ୍ସ ନୌସେନା ଆଜି ଦେଇଥିବା ବୟାନ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟସ୍ତରରେ ଲଜ୍ଜା ଆଣିଛି। ସୂଚନାଯୋଗ୍ୟ, ପାକିସ୍ତାନ ଗଣମାଧ୍ୟମ ରାଫେଲକୁ ନେଇ ତୁହାକୁ ତୁହା ମିଛ ଖବର ପ୍ରଚାର କରିଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+