ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ପରେଡରେ ସାମିଲ ଫ୍ରାନ୍ସ ପ୍ଲାଟୁନ୍
Republic Day 2024: କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ପରେ ବର୍ତ୍ତମାନ ପରେଡ ଜାରି ରହିଛି । ପତାକା ଉତ୍ତୋଳନ ପରେ ଆକାଶ ମାର୍ଗରୁ ଫୁଲ ବର୍ଷା କରିଛି ବାୟୁସେନା । କର୍ତ୍ତୂବ୍ୟ ପଥରେ ଭାରତୀୟ ସେନାର ପରେଡ୍ ଜାରି ରହିଥିବା ବେଳେ ପରେଡରେ ଫ୍ରାନ୍ସ ପ୍ଲାଟୁନ୍ ଫରାସୀ ବିଦେଶୀ ଲେଜିଅନ୍ ମ୍ୟୁଜିକ୍ ବ୍ୟାଣ୍ଡରେ 30 ଜଣ ସଂଗୀତଜ୍ଞ ଏବଂ ପଦାତିକ ରେଜିମେଣ୍ଟର ପୁରୁଷ ଯୋଗ ଦେଇଛନ୍ତି । ଏଥର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ।

ପତାକା ଉତ୍ତୋଳନ ବେଳେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଏଥରର ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏବଂ କେନ୍ଦ୍ର ମନ୍ତ୍ରୀମଣ୍ତଳର ସଦସ୍ୟ, ତିନି ସେନା ମୁଖ୍ୟ ଏବଂ କମାଣ୍ତରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ଥିଲେ । ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।
#WATCH | The French Foreign Legion music band consisting of 30 musicians and the French marching contingent from the 2nd Infantry Regiment of the French Foreign Legion on Karvatya Path on 75th Republic Day
Above them are two Rafale fighter jets on Kartavya Path pic.twitter.com/WBkQTAl2aj
— ANI (@ANI) January 26, 2024
ସୂଚନାଥାଉ ଯେ, ଏଥର ଦେଶ ଏହାର 75 ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଗଣତନ୍ତ୍ର ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପବିତ୍ର ଦିନ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications