ମାଗଣା ପ୍ରତିଶ୍ରୁତି ସରକାରଙ୍କୁ ପଡିଲା ମହଙ୍ଗା, ଏବେ ବଢିବ ବସ ଭଡା

ମାଗଣା ଯୋଜନା କରି ଚିନ୍ତାରେ ପଡିଛନ୍ତି ସରକାର । ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇବା କର୍ଣ୍ଣାଟକା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ କର୍ଣ୍ଣାଟକା ସଡ଼କ ପରିବହନ ନିଗମ କ୍ଷତିରେ ଚାଲୁଥିବା ବେଳେ ଭଡ଼ା ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି ସରକାର। ରାଜ୍ୟରେ ବସ୍‌ ଭଡ଼ା ୧୫ରୁ ୨୦% ବଢ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରପ୍ରୋଜାଲ ଦେଇଛି ନିଗମ । ଏଥିରେ ମୋହର ବାଜିଲେ ଯାତ୍ରୀଙ୍କ ଉପରେ ପଡ଼ିବ ଅଧିକ ବୋଝ ।

Free promises cost

କର୍ଣ୍ଣାଟକାର NWKRTC (North Western karnataka Road Tansport Corporation) ର ଚେୟାରମ୍ୟାନ ତଥା କଂଗ୍ରେସ ନେତା ରାଜୁ କାଗେଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇବା ନିମନ୍ତେ ଶକ୍ତି ଯୋଜନା ଆରମ୍ଭ ହେବା ପରଠୁ NWKRTC ୨୯୫ କୋଟି ଟଙ୍କା କ୍ଷତିରେ ଚାଲିଛି। ତେଣୁ ବୋର୍ଡ ମିଟିଙ୍ଗରେ ବସ୍‌ ଭଡ଼ା ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଏଥିସହ ସେ କହିଛନ୍ତି, ବସ୍‌ ଏକ ଅତ୍ୟାବଶ୍ୟକ ସେବା । ୧୦ ବର୍ଷ ହେଲା ବସ୍‌ ଭଡ଼ାକୁ ବୃଦ୍ଧି କରାଯାଇନି। ଏହାବାଦ ଶକ୍ତି ଯୋଜନାରେ ମହିଳାଙ୍କୁ ମାଗଣାରେ ବସ୍‌ ସେବା ମିଳିବାରୁ ଆମକୁ ପ୍ରଭୂତ କ୍ଷତି ସହିବାକୁ ପଡ଼ୁଛି। ଏଥିସହ ଦିନକୁ ଦିନ ଡିଜେଲ ଦାମ ବଢ଼ିଛି । ଟାୟାର ତଥା ବିଭିନ୍ନ ଯନ୍ତ୍ରପାତିର ରେଟ୍‌ ବଢ଼ୁଛି। ୨୦୨୦ ମସିହାରେ ବସ୍‌ କର୍ମଚାରୀଙ୍କ ବେତନ ସଂଶୋଧନ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ୪ ବର୍ଷ ପରେ ବି ତାହା ସମ୍ଭବ ହୋଇ ପାରୁନି। ତେଣୁ ସେମାନେ ଏଥିନିମନ୍ତେ ରାଜରାସ୍ତାକୁ ଓହ୍ଲାଉଛନ୍ତି।

ତେଣୁ ବସ୍‌ ଭଡ଼ାରେ ୧୫ରୁ ୨୦% ବଢ଼ାଇବାକୁ ଆମେ ଦାବି କରୁଛି। ତେବେ ମୁଖ୍ୟମନ୍ତ୍ରୀ ଭଡ଼ା କେତେ ବୃଦ୍ଧି କରିବା ନିମନ୍ତେ ମଞ୍ଜୁରୀ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି କଂଗ୍ରେସ ନେତା ରାଜୁ କାଗେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+