Get Updates
Get notified of breaking news, exclusive insights, and must-see stories!

ଅନ୍ତର୍ଜାତୀୟ ଯୋଗ ଦିବସ: ଐତିହସ୍ଥଳୀକୁ ମାଗଣା ପ୍ରବେଶ ଅନୁମତି

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ବିଭିନ୍ନ ସ୍ଥାନରେ ଯୋଗକୁ ନେଇ ଆୟୋଜିତ ହେବ ଅନେକ ସଚେତନତା କାର୍ଯ୍ୟକ୍ରମ। ଏହି ଅବସରରେ ତାଜମହଲ ସମେତ ସମସ୍ତ ପର୍ଯ୍ୟଟନ ସ୍ଥାନକୁ ମାଗଣା ପ୍ରବେଶ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅନୁମତି ପ୍ରଦାନ କର

ଆଗ୍ରା: ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ବିଭିନ୍ନ ସ୍ଥାନରେ ଯୋଗକୁ ନେଇ ଆୟୋଜିତ ହେବ ଅନେକ ସଚେତନତା କାର୍ଯ୍ୟକ୍ରମ। ଏହି ଅବସରରେ ତାଜମହଲ ସମେତ ସମସ୍ତ ପର୍ଯ୍ୟଟନ ସ୍ଥାନକୁ ମାଗଣା ପ୍ରବେଶ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅନୁମତି ପ୍ରଦାନ କରିଛି । ଆଗ୍ରା ସର୍କିଲ ଅଧୀକ୍ଷକ ପ୍ରତ୍ନତତ୍ତ୍ବବିତ ରାଜକୁମାର ପଟେଲ ସୂଚନା ଦେଇଛନ୍ତି ।

taj mahal

ଏହା ସହ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବବାସ ନକ୍କବି ଫତେହପୁର ସିକ୍ରିର ପଞ୍ଚମହଲରେ ଯୋଗ କରିବେ । ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା 5 ହଜାର ଲୋକଙ୍କ ଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସକାଳ 7ଟାରୁ ଏଠାରେ ଯୋଗ ଆରମ୍ଭ ହେବ । ଏଥିରେ ରାଜ୍ୟସଭା ସାଂସଦ ହାର୍ଦ୍ଦିକ ଦୁବେ, ଫତେହପୁର ସିକ୍ରି ଲୋକସଭା ସାଂସଦ ରାଜକୁମାର ଚାହର, ଫତେହପୁର ସିକ୍ରି ବିଧାୟକ ବାବୁଲାଲ, ଆଗ୍ରା ଉତ୍ତର ବିଧାୟକ ପୁରୁଷୋତ୍ତମ ଖଣ୍ଡେଲୱାଲ ଏବଂ ସ୍କୁଲ ପିଲାମାନଙ୍କ ସମେତ ପ୍ରାୟ 5ହଜାର ଲୋକ ଉପସ୍ଥିତ ରହିବେ । ତାଜମହଲ ସମେତ ଫତେହପୁର ସିକ୍ରି ଭିତରକୁ ମାଗଣାରେ ପ୍ରବେଶ କରିପାରିବେ ପର୍ଯ୍ୟଟକ।

ତେବେ ଯୋଗ ଦିବସ ଛଡା, ନଭେମ୍ବର 19 ରେ ବିଶ୍ବ ଐତିହ ସପ୍ତାହର ପ୍ରଥମ ଦିନରେ ଏବଂ ମାର୍ଚ୍ଚ 8 ରେ ମହିଳା ଦିବସ ପର୍ଯ୍ୟଟକଙ୍କ ପ୍ରବେଶରେ କୌଣସି ଶୁଳ୍କ ଲାଗୁ ହୋଇନଥାଏ । ଚଳିତ ବର୍ଷ ଯୋଗ ଦିବସରେ ପ୍ରଥମ ଥର ପାଇଁ ମନ୍ତ୍ରଣାଳୟ ତାଜମହଲ ସମେତ ଅନ୍ୟ ସଂରକ୍ଷିତ ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକଙ୍କୁ ମାଗଣା ପ୍ରବେଶ ଅନୁମତି ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+