ପୁଣି ବଢ଼ିଲା ଫ୍ରି ଆଧାର କାର୍ଡ ଅପଡେଟ ସମୟ ସୀମା, ଜାଣନ୍ତୁ କେବେ ଯାଏ

ଆଜିଠୁ ବଦଳିଲା ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଆଧାର କାର୍ଡ, କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡର ଏବଂ ଏଫଡି ସହ ଯୋଡି ହୋଇଥିବା ନିୟମ ପରିବର୍ତ୍ତନ ହେଉଛି। ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ।

Aadhaar card update

ଆଧାରକାର୍ଡ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ଅବଧି ମଧ୍ୟରେ ବିନା କୌଣସି ମୂଲ୍ୟରେ ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ। ହେଲେ ସେପ୍ଟେମ୍ବର ୧୪ ତାରିଖ ପରେ ଅପଡେଟ୍ କରିବାକୁ ହେଲେ ଏଥିପାଇଁ ଧାର୍ଯ୍ୟ ପରିମାଣର ଟଙ୍କା ଦେବାକୁ ପଡ଼ିବ।

ଆଜିଠାରୁ ଲାଗୁ ହେଉଛି ନୂଆ ଟେଲିକମ ଗାଇଡଲାଇନ। ଯାହାକି ଫେକ୍ କଲ ଓ ମେସେଜରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

ଆଜିଠୁ କ୍ରେଡିଟ୍ କାର୍ଡ ନିୟମାବଳୀରେ ପରିବର୍ତ୍ତନ ହେଉଛି। ୟୁଟିଲିଟି ଟ୍ରାଞ୍ଜାକସନ୍ ଉପରେ HDFC ବ୍ୟାଙ୍କ ରିୱାର୍ଡ ପଏଣ୍ଟ ହ୍ରାସ କରିବ। ଥାର୍ଡ ପାର୍ଟି ଆପରେ ଏଜୁକେସନାଲ ପେମେଣ୍ଟ କଲେ HDFC ବ୍ୟାଙ୍କ କୌଣସି ରିୱାର୍ଡ ପଏଣ୍ଟ ଦେବନାହିଁ । ସେହିପରି IDFC ବ୍ୟାଙ୍କ ମଧ୍ୟ ସର୍ବନିମ୍ନ ଦେୟ ରାଶି ପରିବର୍ତ୍ତନ କରିବ। ଯାହାର ଧାର୍ଯ୍ୟ ସମୟ ପୂର୍ବରୁ ୧୮ରୁ କମାଇ ୧୫ ଦିନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+