ସୁନା ଖୋଜୁ ଖୋଜୁ ଚାଲିଗଲା ୪ ଜଣଙ୍କ ଜୀବନ

ସେପ୍ଟିକ ଟାଙ୍କିରେ ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ସହରରେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ସୀତାରପୁର ଅଞ୍ଚଳରେ ଥିବା ଅଚଳ ଜେମ୍ସ କମ୍ପାନୀ ପରିସରରେ ଘଟିଛି।

ସୂଚନା ଅନୁସାରେ, ଗହଣା ତିଆରି କାରଖାନାରେ ଗହଣା ତିଆରି ସମୟରେ ସୁନା କଣିକାଗୁଡ଼ିକ ପାଣି ସହିତ ସେପ୍ଟିକ ଟାଙ୍କିକୁ ଚାଲିଯାଇଥାଏ। ପ୍ରତି ଦୁଇମାସରେ ଏହି ଟାଙ୍କି ସଫା କରାଯାଇଥାଏ। ଟାଙ୍କିରୁ ରସାୟନଯୁକ୍ତ ପାଣିକୁ ବାହାର କରାଯିବା ପରେ ସେଥିରୁ ସୁନାକୁ ଛାଣି ବାହାର କରାଯାଏ। ଏଥିପାଇଁ ସୋମବାର କାରଖାନା ପକ୍ଷରୁ ୮ଜଣ ସଫେଇ କର୍ମଚାରୀଙ୍କୁ ଟାଙ୍କି ଭିତରେ ସଫା କରିବାକୁ ଛଡ଼ାଯାଇଥିଲା।

Four workers die of suffocation in Jaipur jewellery shop s septic tank

କିଛି ସମୟରେ ପରେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ କବଳରେ ଆସି ୬ କର୍ମଚାରୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+