ଖେଳୁଥିବା ବେଳେ ୪ ଭାଇ ଭଉଣୀ ପଡିଗଲେ ପୋଖରୀରେ , ପାଣିରେ ବୁଡି ଚାଲିଗଲା ୪ ଜଣଙ୍କ ଜୀବନ
ସାଙ୍ଗ ହୋଇ ଖେଳୁଥିବା ବେଳେ ବୁଡ଼ିଗଲେ ୪ ଭାଇ ଭଉଣୀ । ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ୨ ଜଣ ପୁଅ ଏବଂ ୨ ଜଣ ଝିଅ । ରାଜସ୍ଥାନ ଜୈସଲମେର ଜିଲ୍ଲା ପୋଖରନରେ ଅଘଟଣ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଖବର ମୁତାବକ, ଛୋଟ ପିଲାମାନେ ଖେଳୁଥିବା ବେଳେ ପୋଖରୀ ନିକଟରେ ପହଞ୍ଚିଥିଲେ । ଖେଳ ଖେଳରେ ପିଲାମାନଙ୍କ ମଧ୍ୟରୁ ଜଣେ ପୋଖରୀରେ ଖସିପଡିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ବୁଡ଼ିଯାଇଥିଲେ । ପିଲାମାନେ ବୁଡ଼ି ଯାଇ ଦୀର୍ଘ ସମୟ ପରେ ଭାସିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଦେଖିଥିଲେ ।
ବୁଡ଼ି ଯାଇଥିବା ପିଲାଙ୍କ ମଧ୍ୟରେ ୩ ବର୍ଷୀୟ ଅହମଦ, ୫ ବର୍ଷୀୟ ମହମ୍ମଦ, ୭ ବର୍ଷୀୟ ଶେହନାଜ ଏବଂ ୧୨ ବର୍ଷୀୟ ରିଜୱାନା ରହିଛି । ଏହି ୪ ଜଣ ସ୍ଥାନୀୟ ନିବାସୀ ହଜୁର ଖାନଙ୍କ ସନ୍ତାନ ।

ତେବେ ପିଲାମାନେ ଖେଳିକରି ବହୁତ ସମୟରୁ ଫେରିନଥିବାରୁ ଘର ଲୋକ ଖୋଜିଥିଲେ । ବହୁତ ଖୋଜାଖୋଜି କରିବା ପରେ ପୋଖରୀ ନିକଟରେ ପହଞ୍ଚିଥିଲେ । ପୋଖରୀରେ ୪ ଜଣ ପିଲା ଭାସୁଥିବାର ଦେଖିବାକୁ ମିଳିଥିଲା । ସେଠାରୁ ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କ ମ୍ତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ଆସି ଯାଞ୍ଚ ଆରମ୍ଭ କରିଛି ।












Click it and Unblock the Notifications