ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ୪ ଡାକ୍ତର ଗିରଫ
ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ। ବିସ୍ଫୋରଣ ଘଟଣା ସହ ସମ୍ପୃକ୍ତ ଆଉ ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ଏନଆଇଏ। ପଟିଆଲା ହାଉସ କୋର୍ଟର ଜିଲ୍ଲା ସେସନ୍ସ ଜଜ୍ଙ୍କ ପ୍ରଡକ୍ସନ ଅର୍ଡର ପରେ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରେ ଏନଆଇଏ ଏହି ଚାରି ଜଣଙ୍କୁ ହେପାଜତରେ ନେଇଛି। ଅଭିଯୁକ୍ତମାନେ ପୁଲୱାମାର ଡାକ୍ତର ମୁଜାମ୍ମିଲ ଶକିଲ ଗଣାଇ, ଅନନ୍ତନାଗର ଡାକ୍ତର ଆଦିଲ ଅହମ୍ମଦ ରାଥର, ଲକ୍ଷ୍ନୌର ଡାକ୍ତର ଶାହିନ ସଇଦ ଏବଂ ଶୋପିଆନର ମୁଫତି ଇରଫାନ ଅହମ୍ମଦ ୱାଗାୟ ଭାବରେ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଆତଙ୍କବାଦୀ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆମିର ରସିଦ ଅଲିଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।

ଏହା ପରେ, କାଶ୍ମୀରର ଜସିର ବିଲାଲ ୱାନି ଓରଫ ଦାନିଶଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେମାନେ ଦୁହେଁ ଆତ୍ମଘାତୀ ଆକ୍ରମଣକାରୀ ଉମର ଉନ୍ ନବିଙ୍କୁ ସହାୟତା କରିଥିଲେ। ଏବେ, ପୋଲିସ ଆତଙ୍କବାଦୀ ଆକ୍ରମଣ ଘଟାଇବାରେ ସାହାଯ୍ୟ କରିଥିବା ଅନ୍ୟ ଚାରି ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାର ବୋମା ବିସ୍ଫୋରଣରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଗୁରୁତର ଆହତ ହୋଇଥିଲେ। ଫରିଦାବାଦରେ ଏକ ଆତଙ୍କବାଦୀ ମଡ୍ୟୁଲ୍ ଜଣାପଡ଼ିବାର କିଛି ଘଣ୍ଟା ପରେ ଏହି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଡକ୍ଟର ମୁଜାମ୍ମିଲ ଏବଂ ଶାହିନଙ୍କ ସମେତ ସାତ ଜଣଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଗିରଫ କରାଯାଇଥିଲା।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications