Get Updates
Get notified of breaking news, exclusive insights, and must-see stories!

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଛିଡା ହୋଇଥିବା ଅନେକ ଲୋକଙ୍କୁ ଧକ୍କା ଦେଲା ସ୍କର୍ପିଓ, ୪ ମୃତ

ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗଢ ଥାନା ସ୍ଥିତ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ଏକ ସ୍କର୍ପିଓ କାର୍ ରାସ୍ତାକଡ଼ରେ ଛିଡା ହୋଇଥିବା ଅନେକ ଲୋକଙ୍କୁ ଧକ୍କା ଦେବା ପରେ ବିଜୁଳି ଖୁଣ୍ଟରେ ଧକ୍କା ହୋଇଥିଲା । ଘଟଣା ପରେ ସ୍କର୍ପିଓରେ ଥିବା ଡ୍ରାଇଭର ସହିତ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ରହିଥିଲେ । ଘଟଣାରେ ୩ ଜଣ ଲୋକ ଗୁରୁତର ଆହ ହୋଇଛନ୍ତି ।

accident

ତେବେ ଦୁର୍ଘଟଣା ତେନ୍ଦୁଆ କୋଠାର ଗାଁ ନିକଟରେ ହୋଇଥିଲା । ସନ୍ଧ୍ୟା ୬ଟାରେ ଏକ କାର୍ ଛତିଶଗଡରୁ ପ୍ରୟାଗରାଜ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା କାର୍ ସାଇକେଲ ଧରି ରାସ୍ତା ପାର ହେଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଚକ୍କରରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଠିନ ପରିଶ୍ରମ କରି ଉତ୍ତେଜିତ ଲୋକଙ୍କୁ ଶାନ୍ତ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+