ଲକ୍ଷ୍ନୌରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ମୃତ

ଲକ୍ଷ୍ନୌରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯିବା ସହ ୭ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ କିଶାନ ପାଥ ମାଟି ଗାଁ ନିକଟରେ ଏହି ଘଟଣା ଘଟିଥିଲା । ଇନୋଭା ଓ ମାରୁତି ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ କାରଟି ଉଡି ଯାଇଥିଲା । ଉଭୟ ଇନୋଭା ଓ ମାରୁତି ଭ୍ୟାନ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ବିବିଡି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଦେଢ ଘଣ୍ଟାର ପରିଶ୍ରମ ପରେ ଗୋମତୀ ନଗର, ଇନ୍ଦିରା ନଗର ଫାୟାର ଷ୍ଟେସନ କର୍ମଚାରୀ ଓ ପୋଲିସ ଟିମ ମିଶି କାରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା ।

Four Killed Nine Injured In Multiple Vehicle Collision In UP s Lucknow

ଯେଉଁଠାରେ ୭ ଜଣଙ୍କୁ ଭର୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଏଡିସିପି ପୁର୍ବ ପଙ୍କଜ କୁମାର ସିଂ ସୂଚନା ଦେଇଥିଲେ ଇନୋଭା ଏବଂ ଭ୍ୟାନ କିଶାନ ରାସ୍ତା ଦେଇ କୁର୍ସି ରୋଡ ଆଡକୁ ଯାଇଥିଲା । ମାଟି ଗାଁ ନିକଟରେ ଇନୋଭା ଡ୍ରାଇଭର ଆଗକୁ ଯାଉଥିବା ଟ୍ରକକୁ ଅତିକ୍ରମ କରୁଥିଲା । ଏହି ସମୟରେ ପଛପଟୁ ଏକ ମାରୁତି ଭ୍ୟାନକୁ ଟ୍ରକ ଧକ୍କା ଦେଇଥିଲା ।

ଏହାପରେ ଉଭୟ ମାରୁତି ଓ ଇନୋଭା ଟ୍ରକ ଭିତରେ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ବିବିଡି ପୋଲିସ ଷ୍ଟେସନର ଇନ୍ସପେକ୍ଟର ଅଜୟ ନାରାୟଣ ସିଂ ,ଏଫ ଏସ ଓ ଗୋମତି ନଗର ସୁଶାଲ କୁମାର ଯାଦବ ପହଞ୍ଚିଥିଲେ । ଏହି ଘଟଣାରେ ମା ଏବଂ ପୁଅକୁ ମିଶାଇ ୪ ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ୭ ଜଣ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+