ବାଲ୍ୟ ବିବାହ କରାଇବା ପଡିଲା ମହଙ୍ଗା, ପୋଲିସ ହାତରେ 4 ଅଭିଯୁକ୍ତ
ବାଲ୍ୟ ବିବାହ ନେଇ ଅନେକ ଆଇନ କାନୁନ କଡା କଡି ହେବା ପରେ ମଧ୍ୟ ଏବେ ବି ଲୁଚାଛପାରେ ଚାଲିଛି ବାଲ୍ୟ ବିବାହ । ଏଭଳି ଏକ ବିବାହର କରୁଣ ଚିତ୍ର ମଧ୍ୟପ୍ରଦେଶର ଗ୍ବାଲିଅରରେ ଦେଖିବାକୁ ମିଳିଛି ।
ଭୋପାଳ: ବାଲ୍ୟ ବିବାହ ନେଇ ଅନେକ ଆଇନ କାନୁନ କଡା କଡି ହେବା ପରେ ମଧ୍ୟ ଏବେ ବି ଲୁଚାଛପାରେ ଚାଲିଛି ବାଲ୍ୟ ବିବାହ । ଏଭଳି ଏକ ବିବାହର କରୁଣ ଚିତ୍ର ମଧ୍ୟପ୍ରଦେଶର ଗ୍ବାଲିଅରରେ ଦେଖିବାକୁ ମିଳିଛି । 11 ବର୍ଷୀୟା ଝିଅକୁ ଜଣେ 21 ବର୍ଷର ପୁଅ ସହ ବିବାହ ଦେଲେ ସାବତ ବାପା ଓ ମାଆ । ଏନେଇ ଅଭିଯୋଗ ପରେ ଗିରଫ ହେଲେ ବାପା, ମାଆ, ମଧ୍ୟସ୍ଥି ଓ ବିବାହ କରିଥିବା ଯୁବକ ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗ୍ବାଲିଅରର ଚିନୋର ଅଞ୍ଚଳରେ ଦେଖିବାକୁ ମିଳିଛି ବାଲ୍ୟବିବାହ। ଏହି ବିବାହର ପ୍ରସ୍ତୁତି ଆରମ୍ଭ ହେବା ଦିନ ଠାରୁ ନାବାଳିକାଙ୍କ ଭାଇ ଏହାର ବିରୋଧ କରିଆସୁଥିଲେ । ଏତେ ଛୋଟ ବୟସରୁ କେମିତି ବିବାହ କରିବ ସେ ନେଇ ଚିନ୍ତାରେ ଥିଲେ ଭାଇ । ସୁଯୋଗ ଖୋଜୁଥିଲେ କେମିତି କଥା ପୋଲିସ ପାଖରେ ପହଞ୍ଚାଇବେ । ସେ ଅନେକ ଚେଷ୍ଟା ପରେ ପୋଲିସରେ ଖବର ଦେବାରେ ସଫଳ ହୋଇଥିଲେ ।
ଭଉଣୀଙ୍କୁ ବୟସ ହୋଇନଥିଲେ ମଧ୍ୟ ବାପା ମାଆ ତା ଠାରୁ 10 ବର୍ଷ ବଡ ଯୁବକକୁ ଜୋରଜବରଦସ୍ତ ବିବାହ କରାଇଥିବା ନେଇ ଅଭିଯୋଗ କରିଥିଲେ ନାବାଳିକାଙ୍କ ଭାଇ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲ ପରୀକ୍ଷା କରାଇବା ପରେ ଏହି ଘଟଣାରେ ସଂପୃକ୍ତ 4 ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଆରମ୍ଭ କରିଛି । ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୋକ୍ସୋ ଆକ୍ଟ ଆଧାରରେ ବିବାହ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି । ଜୋରଜବରଦସ୍ତ କୁନି ଝିଅ ବିବାହ କରି ନେଇ ତା ସହିତ ଶାରିରୀକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି।












Click it and Unblock the Notifications