ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ମୋବାଇଲ୍ ଲୁଟି ନେଲେ ଦୁବୃର୍ତ୍ତ, ୪ ଗିରଫ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଅପରାଧ ଘଟଣା ଗୁଡିକ ଦୈନନ୍ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ଚୋରି, ହତ୍ୟା ଏବଂ ଡକାୟତି ଘଟଣା ଗୁଡିକ ବାରମ୍ବାର ସାମ୍ନାକୁ ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ଗୁଡିକ ସାଧାରଣ ଲୋକଙ୍କ ସହ ଘଟୁଥିବା ନେଇ ଖବର ଆସୁଥିଲା ।
ହେଲେ ଏବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ରାନ୍ସର ରାଷ୍ଟ୍ରଦୂତ ମଧ୍ୟ ଦେଶର ରାଜଧାନୀରେ ସୁରକ୍ଷିତ ନୁହଁନ୍ତି। ଦିଲ୍ଲୀର ଚାନ୍ଦନୀ ଚୌକ ପରି ଏକ ଜଣାଶୁଣା ଅଞ୍ଚଳରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଛି।ଏହାପରେ ମାଥୋ ତୁରନ୍ତ ଇଣ୍ଟରନେଟ୍ ମାଧ୍ୟମରେ ଚୋରି ସମ୍ପର୍କରେ ଦୂତାବାସକୁ ସୂଚନା ଦେଇଥିଲେ। ଏହା ପରେ ଦୂତାବାସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ତେବେ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କଲାପରେ ୨୦ ରୁ ୨୫ ବର୍ଷ ବୟସର ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତ ସନ୍ଦିଗ୍ଧ ଟ୍ରାନ୍ସ ଯମୁନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ତେବେ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି।












Click it and Unblock the Notifications