Get Updates
Get notified of breaking news, exclusive insights, and must-see stories!

ଗୋଟିଏ ଘରୁ ମିଳିଲା ୪ ମୃତଦେହ, ହତ୍ୟା ନା ଆତ୍ମହତ୍ୟା?

ଘରୁ ୪ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାଟି ମୁଜାଫରପୁର ଜିଲ୍ଲାର ସାକ୍ରା ଥାନା ଅଞ୍ଚଳ ଅନ୍ତର୍ଗତ ସାକ୍ରା ଥାନା ଅଞ୍ଚଳ ଅନ୍ତର୍ଗତ ମିଶ୍‌ରୁଲିଆ ଗାଁରେ ଘଟିଛି। ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଜଣେ ବାପା ଏବଂ ତାଙ୍କର ତିନି ଝିଅ ଅଛନ୍ତି। ବାପା ଅମରନାଥ ରାମ (୩୬-୩୭ ବର୍ଷ), ଝିଅ ଅନୁରାଧା କୁମାରୀ (୧୧-୧୨ ବର୍ଷ), ଶିବାନୀ କୁମାରୀ ( ପ୍ରାୟ ୧୦ ବର୍ଷ) ଏବଂ ରାଧିକା କୁମାରୀ (ପ୍ରାୟ ୭-୮ ବର୍ଷ) ବୋଲି ଚିହ୍ନଟ କରାଯାଇଛି।

ଅମରନାଥ ରାମ ତାଙ୍କର ଦୁଇ ପୁଅ ଶିବମ ( ୬ ବର୍ଷ) ଏବଂ ଚନ୍ଦନ ( ପ୍ରାୟ ୪ ବର୍ଷ)ଙ୍କୁ ମଧ୍ୟ ଫାଶୀ ଦେଇଥିଲେ ବୋଲି ଜଣାପଡିଛି। କିନ୍ତୁ ସୌଭାଗ୍ୟବଶତଃ ସେମାନେ ବଞ୍ଚିଯାଇଛନ୍ତି। ସେମାନଙ୍କର ଚିତ୍କାର ପରେ ଗାଁ ଲୋକେ ସେଠାରେ ପହଞ୍ଚି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସାକ୍ରା ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ପରେ, ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

deadbody

ଅମରନାଥଙ୍କ ସ୍ତ୍ରୀ ମରିଯାଇଛନ୍ତି। ପୁଅ ଶିବନ କହିବା ଅନୁଯାୟୀ ରବିବାର ରାତିରେ ସମସ୍ତେ ରାତ୍ରୀଭୋଜନ କରିଥିଲେ। ତାପରେ ତାଙ୍କ ବାପା ସମସ୍ତଙ୍କୁ ଫାଶୀରେ ଟାଙ୍ଗି ଦେଇଥିଲେ। ଏହାପରେ ସେ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ କରିବାରୁ ସାଙ୍ଗେ ସାଙ୍ଗେ ସେ ଫାଶୀ ଖୋଲିଦେଲେ। ତା'ପରେ ସେ ତାଙ୍କ ଭାଇ ଚନ୍ଦନର ବେକରୁ ମଧ୍ୟ ଫାଶୀ କାଢିଦେଲେ। ଏହିପରି ଉଭୟ ବଞ୍ଚିଗଲେ। ବର୍ତ୍ତମାନ ପୋଲିସ ଉଭୟ ପିଲାଙ୍କୁ ନିଜ ହେପାଜତକୁ ନେଇଛି।

ଘଟଣା ବିଷୟରେ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରି ଏବଂ କାରଣ ନିର୍ଣ୍ଣୟ କରିବାକୁ ଚେଷ୍ଟା କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ଗାଁ ଲୋକଙ୍କ କହିବା ଅନୁଯାୟୀ, ଅମରନାଥ ରାମ ଦୀର୍ଘ ଦିନ ଧରି ଋଣ ଏବଂ ଆର୍ଥିକ ସମସ୍ୟା ସହିତ ସଂଘର୍ଷ କରୁଥିଲେ। ସନ୍ଦେହ କରାଯାଉଛି ଯେ ଏହି ଚାପ ତାଙ୍କୁ ଏପରି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥାଇପାରେ। ତଥାପି, ଏହି ଆତ୍ମହତ୍ୟା ପଛର କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+