ପ୍ରବଳ ବର୍ଷା ଯୋଗୁଁ ନଦୀକୁ ଖସିଲା କାର୍, ୪ ମୃତ,ଜଣେ ଗୁରୁତର

ହିମାଚଳ ପ୍ରଦେଶ କୁଲ୍ଲୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ରୋହତଙ୍ଗର ଦରେ ନିକଟରେ ରାହନୀନାଲା ନିକଟରେ ହୋଇଛି । କାର୍ ରାସ୍ତାରୁ ଖସି ଯାଇ ଖାଇରେ ପଡିଛି ।ଖବର ମୁତାବକ, ରୋହତାଙ୍ଗ ଦରେ ନିକଟରେ ରହନୀନାଲା ନିକଟରେ ହଠାତ୍ କାରଟି ରାସ୍ତାରୁ ଖସି ଖାଇକୁ ଖସିପଡିଥିଲା । କାରରେ ମୋଟ ୫ ଜଣ ଲୋକ ରହିଥିଲେ । ପ୍ରବଳ ବର୍ଷା ଯୋଗୁଁ ଗାଡ଼ି ଅନିୟନ୍ତ୍ରିତ ହୋଇ ତଳକୁ ଖସିପଡିଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ମୃତକଙ୍କ ପରିଚୟ ମିଳିନାହିଁ ।

Four Dead One Critically Injured in Kullu Car Plunge

ତେବେ ଘଟଣାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଈଶ୍ବର ମ୍ତକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ଏହାସହିତ ସ୍ଥାନୀୟ ପ୍ରଶାସନକୁ ଆହତଙ୍କୁ ସଠିକ୍ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ପାଣି ଭରିଛି । ପ୍ରବଳ ବର୍ଷାରେ କୁଲ୍ଲୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ୩୯ରୁ ଅଧିକ ରାସ୍ତା ଅବରୋଧ ହୋଇଛି । ସରକାର ଏଭଳି ସ୍ଥିତି ଦେଖି ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ଜାରି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+