ଭୟଙ୍କର ସଡ଼କ ଦୁର୍ଘଟଣା, କାଉଡ଼ିଆଙ୍କ ଉପରେ ଚଢିଗଲା କାର୍ ,୪ ମୃତ

ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା । କାଉଡ଼ିଆଙ୍କ ଉପରେ ଚଢିଗଲା ଦ୍ରୁତଗତିରେ ଆସୁଥିବା କାର୍ । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସର କହିବା ଅନୁଯାୟୀ, କାରଟି ବହୁତ ଦ୍ରୁତ ଗତିରେ ଯାଉଥିଲା ଏବଂ ଦୁର୍ଘଟଣାର ମୁଖ୍ୟ କାରଣ ହଠାତ୍ ଟାୟାର ଫାଟିଯିବା ବୋଲି କୁହାଯାଉଛି।

four aKilled In Road Accident In Madhya Pradesh

ଟାୟାର ଫାଟିବା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଚାଲୁଥିବା କାଉଡ଼ିଆଙ୍କ ଉପରେ ଚଢ଼ିଗଲା।ଫଳରେ ଦୁର୍ଘଟଣାରେ ତିନି ଜଣ କାଉଡ଼ିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ମୃତକ ସିଧୌନା ଗ୍ରାମର ଥାନା ଘାଟିଗାଁର ବାସିନ୍ଦା ଥିଲେ ଏବଂ ମହାଦେବଙ୍କ ଅଭିଷେକ କରିବା ପାଇଁ ଗଙ୍ଗାଜଳ ସଂଗ୍ରହ କରି ଭାଦଭନାରୁ ଫେରୁଥିଲେ।

ସେପଟେ ମୁଖ୍ୟ ପୋଲିସ ଅଧିକ୍ଷକ ହିନା ଖାନ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେ କହିଛନ୍ତି, "ଆମେ ଘଟଣାସ୍ଥଳରୁ ଏକ ଗାଡି ପାଇଛୁ, ଯାହା ଦୁର୍ଘଟଣା ଘଟାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ଟାୟାର ଫାଟି ଯାଇଥିଲା। ଗାଡିରେ ଥିବା ଲୋକମାନେ ଘଟଣାସ୍ଥଳକୁ ମିଳି ନଥିଲେ। ଗାଡି ମାଲିକଙ୍କୁ ଚିହ୍ନଟ କରାଯାଇଛି ଏବଂ ମାମଲାର ପୂର୍ଣ୍ଣ ତଦନ୍ତ ଚାଲିଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+