ତଦନ୍ତରୁ ମିଳିଲା ଠୋସ୍ ପ୍ରମାଣ, ପାକିସ୍ତାନ ପାଇଁ ଗୁପ୍ତଚର କରୁଥିଲେ ୟୁଟ୍ୟୁବର ଜ୍ୟୋତି

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ନାଁରେ ୨୫ଶହ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି ପୁଲିସ୍‌। ୩ ମାସରେ ତଦନ୍ତ ପରେ ହରିୟାଣର ହିର୍ସା ପୁଲିସ୍‌ ଏପରି ଚାର୍ଜଶିଟ ଦାଖଲ କରିଛି। ତଦନ୍ତ ବେଳେ ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ବଳିଷ୍ଠ ପ୍ରମାଣ ପୁଲିସ୍‌ ହାତରେ ଲାଗିଥିବା ଚାର୍ଜଶିଟରେ ଉଲ୍ଲେଖ କରାଯାଇଛି।

ଜ୍ୟୋତି ମାଲହୋତ୍ରା ଓରଫ ଜ୍ୟୋତି ରାଣୀ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଟ୍ରାଭେଲ ୱିଥ ଜୋ ଚଳାଉଥିଲେ। ତାଙ୍କୁ ମେ' ମାସରେ ହରିୟାଣର ହର୍ସାରୁ ପୁଲିସ୍‌ ଗିରଫ କରିଥିଲା। ସେ ପାକିସ୍ତାନ ହାଇ କମିଶନରେ କାମ କରୁଥିବା ଏହଶାନ ଉର ରହିମ ଓରଫ ଦାନିଶଙ୍କ ସହ ତାଙ୍କର ସମ୍ପର୍କ ଥିଲା ଓ ସେ ଦୁଇ ଥର ପାକିସ୍ତାନ ମଧ୍ୟ ଯାଇଥିଲେ।

YouTuber

ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ରହିମଙ୍କୁ ଭାରତ ସରକାର ବହିଷ୍କାର କରିବା ସହ ୨୪ ଘଣ୍ଟାରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜ୍ୟୋତିଙ୍କୁ ଗିରଫ କରାଯାଇଥିଲା। ଏବେ ଚାର୍ଜଶିଟରେ ହର୍ସା ପୁଲିସ୍‌ କହିଛି ଯେ ଦୀର୍ଘ ସମୟ ଧରି ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ। ତାଙ୍କର ଲିଙ୍କ ରହିମ ସହ ଥିବା ବେଳେ ସେ ଆଇଏସଆଇ ଏଜେଣ୍ଟ ଶକିର, ହାସନ ଅଲି ଓ ନସିର ଢିଲନଙ୍କ ଯୋଗାଯୋଗରେ ଥିଲେ।

ଜ୍ୟୋତି ମାଲହୋତ୍ରା ଗତବର୍ଷ ଏପ୍ରିଲ ୧୭ରେ ପାକିସ୍ତାନ ଯାଇଥିଲେ ଓ ମେ' ୧୫ରେ ଆସିଥିଲେ। ଏହାର ୨୫ ଦିନ ପରେ ଅର୍ଥାତ ଜୁନ ୧୦ରେ ସେ ଚାଇନା ଯାଇଥିଲେ ଓ ସେଠାରେ ଜୁଲାଇ ମାସ ଯାଏ ରହିଥିଲେ। ସେଠାରୁ ସେ ନେପାଳ ଯାଇଥିଲେ। ତଦନ୍ତ ବେଳେ ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବାର ବଳିଷ୍ଠ ପ୍ରମାଣ ମିଳିଥିବା ଚାର୍ଜଶିଟରେ ଉଲ୍ଲେଖ କରାଯାଇଛି।

ପୁଲିସ୍‌ ସୂତ୍ରରେ କୁହାଯାଇଛି ଯେ ପୂର୍ବରୁ ଜ୍ୟୋତି କର୍ତାପୁର କରିଡର ଦେଇ ଯେତେବେଳେ ପାକିସ୍ତାନ ଯାଇଥିଲେ ସେତେବେଳେ ପାକସ୍ତାନର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମାରୟମ ନୱାଜ ଶରିଫଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏବେ ଜ୍ୟୋତିଙ୍କ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଥିବା ଏହି ସୂତ୍ରରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+