ପେନସନ ପାଇଁ ଆବେଦନ କଲେ ପୂର୍ବତନ ଉପ ରାଷ୍ଟ୍ରପତି ; ଯଦି ମଞ୍ଜୁର ହୁଏ, କେତେ ଟଙ୍କା ଆସିବ ଆକାଉଣ୍ଟକୁ

ହଠାତ୍ ଇସ୍ତଫା ଦେଇ ଚର୍ଚ୍ଚାରେ ଥିବା ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବେ ପେନସନ ପା‌ଇଁ ଆବେଦନ କରିଥିବା ଜଣାଯାଇଛି। ସେ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି ବୋଲି କୁହାଯାଉଛି। ଧନଖଡ଼ ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ଅଜମେର ଜିଲ୍ଲାର କିଶନଗଡ଼ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଧାୟକ ହୋଇଥିବାରୁ, ବର୍ତ୍ତମାନ ତାଙ୍କର ବିଧାନସଭାରୁ ପେନସନ ପାଇବାର ଅଧିକାର ଅଛି।

Former Vice President

ଧନଖଡ଼ଙ୍କ ବୟସ ବର୍ତ୍ତମାନ ୭୪ ବର୍ଷ। ନିୟମ ଅନୁଯାୟୀ, ସେ ରାଜସ୍ଥାନ ବିଧାନସଭାରୁ ପ୍ରାୟ ୪୨ ହଜାର ଟଙ୍କା ମାସିକ ପେନସନ ପାଇବେ। ରାଜସ୍ଥାନରେ ନେତାମାନଙ୍କ ପାଇଁ ଦୁଇଗୁଣ ଏବଂ ତିନିଗୁଣ ପେନସନର ବ୍ୟବସ୍ଥା ଅଛି। ଅର୍ଥାତ୍, ଯଦି ଜଣେ ବ୍ୟକ୍ତି ସାଂସଦ ଏବଂ ବିଧାୟକ ଉଭୟ ହୋଇଥିବେ, ତେବେ ସେ ଉଭୟ ପଦବୀ ପାଇଁ ପେନସନ ପାଇପାରିବେ।

ଏହି କାରଣରୁ ଅନେକ ପୂର୍ବତନ ନେତା ଏକକାଳୀନ ବିଭିନ୍ନ ପଦବୀ ପାଇଁ ପେନସନ ପାଆନ୍ତି। ବିଧାନସଭା ବାଚସ୍ପତି ବାସୁଦେବ ଦେବନାନି ନିଶ୍ଚିତ କରିଛନ୍ତି ଯେ, ଧନଖରଙ୍କ ପେନସନ ଆବେଦନ ବିଧାନସଭା ଗ୍ରହଣ କରିଛି ଏବଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଧନଖଡ଼ଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାକୁ ଥିଲା। ହେଲେ ପ୍ରାୟ ୨ବର୍ଷ ପୂର୍ବରୁ ଅର୍ଥାତ୍ ଚଳିତ ବର୍ଷ ଜୁଲାଇ ୨୧ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ସେପ୍ଟେମ୍ବର ୯ତାରିଖରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥି କରିଥିବା ବେଳେ ଇଣ୍ଡି ମେଣ୍ଟର ପ୍ରାର୍ଥି ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ୧୧ରୁ ‌ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଥିଲେ। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ୧୯୯୦ରୁ ୧୯୯୧ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୯ରେ ଆଇନଜୀବୀ ଭାବେ ସେ ରାଜସ୍ଥାନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+