ଜଷ୍ଟିସ ଭି.ରାମସୁବ୍ରମଣ୍ୟମ ହେଲେ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ରାମାସୁବ୍ରମଣ୍ୟନଙ୍କୁ NHRCର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେଇଛନ୍ତି। ମାନବିକ ଅଧିକାର ସୁରକ୍ଷା ଆଇନ, ୧୯୯୩ ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଛି। ଜଷ୍ଟିସ୍ ରାମସୁବ୍ରମଣ୍ୟନ୍ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ NHRC ର ଅଧ୍ୟକ୍ଷ ପଦ ସମ୍ଭାଳିବେ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ଗ୍ୟାଜେଟ୍ରେ ଏହି ସୂଚନା ଦିଆଯାଇଛି।
ଜଷ୍ଟିସ ରାମସୁବ୍ରମଣ୍ୟମ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଜୁନ ୨୦୨୩ରେ ସୁପ୍ରିମକୋର୍ଟରୁ ତାଙ୍କର କାର୍ଯ୍ୟକାଳ ସରିଥିଲା। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୦୬ରେ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ହେଲେ ଏହାପରେ ୨୦୧୬ରେ ତାଙ୍କ ନିଜ ଅନୁରୋଧକ୍ରମେ ତାଙ୍କୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ନ୍ୟାୟପାଳିକା ଅଦାଲତକୁ ବଦଳି କରାଯାଇଥିଲା। ଦୁଇ ରାଜ୍ୟ ବିଭାଜନ ପରେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ୨୨ ଜୁନ୍ ୨୦୧୯ ରେ, ସେ ହିମାଚଳ ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।
ଏହି ବର୍ଷ ୨୩ ସେପ୍ଟେମ୍ବର ୨୦୧୯ ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ସୁପ୍ରିମକୋର୍ଟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ୧୦୨ ଟି ବିଚାର କରିଥିଲେ ଏବଂ ୨୯ ଜୁନ୍ ୨୦୨୩ ରେ ଅବସର ନେଇଥିଲେ। ଅବସର ପରେ ଏବେ ଜଷ୍ଟିସ ରାମାସୁବ୍ରମଣ୍ୟନ୍ଙ୍କୁ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆର୍ସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।












Click it and Unblock the Notifications