ପୂର୍ବତନ ଆଇଜିଙ୍କ ଆତ୍ମହତ୍ୟା ଉଦ୍ୟମ
ପଞ୍ଜାବ ପୋଲିସର ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜି) ଅମର ସିଂହ ଚହଲଙ୍କୁ ପଞ୍ଜାବର ପଟିଆଲାରେ ତାଙ୍କ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପରିବାର ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଟିଆଲାର ପାର୍କ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପରିବାର ସଦସ୍ୟମାନେ କହିଛନ୍ତି ଯେ, ଅମର ସିଂହ ଚହଲ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ପୋଲିସ ଘଟଣାସ୍ଥଳରୁ ଏକ ୧୨ ପୃଷ୍ଠାର ସୁଇସାଇଡ ନୋଟ୍ ଜବତ କରିଛି । ଯେଉଁଥିରେ ଅନଲାଇନ୍ ଠକେଇ ଯୋଗୁଁ ଆର୍ଥିକ ଅସୁବିଧା ବିଷୟରେ ଉଲ୍ଲେଖ କରାଯାଇଛି। ପୋଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଦିଗରୁ ମାମଲାର ତଦନ୍ତ କରାଯାଉଛି ଏବଂ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯିବ।

ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଏକ ଫରେନସିକ୍ ଦଳ ଘଟଣାସ୍ଥଳର ତଦନ୍ତ କରିଛି ଏବଂ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରିଛି। ପରିବାର ସଦସ୍ୟ ଏବଂ ଅନ୍ୟାନ୍ୟ ସମ୍ପର୍କିତ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି। ତଦନ୍ତ ସମାପ୍ତ ହେବା ପରେ ହିଁ ଘଟଣାର ସଠିକ୍ କାରଣ ଜଣାପଡ଼ିବ।
ଅମର ସିଂହ ଚହଲ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ସେରୁ ୮ କୋଟି ଟଙ୍କା ହରାଇଛନ୍ତି । ଠକେଇ ପରେ ସେ ଭାଙ୍ଗି ପଡ଼ିଥିଲେ। ସେ ୧୨ ପୃଷ୍ଠାର ଏକ ସୁଇସାଇଡ୍ ନୋଟରେ ନିଜର ଦୁଃଖ ବଖାଣିଥିଲେ। ସେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ଏ ବିଷୟରେ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ ମଧ୍ୟ କରିଥିଲେ।












Click it and Unblock the Notifications