କୋଲକାତା ହରର୍ : ଦୁଷ୍କର୍ମ ଓ ହତ୍ୟାର ପର ଦିନ ହସ୍ପିଟାଲରେ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ସନ୍ଦୀପ ଘୋଷ

କୋଲକାତା: କୋଲକାତାର ଆର୍‌ଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ସହ ନ୍ୟାୟ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଉପରେ ଭରସା କରିବାକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସଭାପତି ଅନୁରୋଧ କରିଛନ୍ତି।

ଅନ୍ୟପଟେ ଏହି ବଳାତ୍କାର ହତ୍ୟା ଘଟଣାରେ ପ୍ରମାଣ ନଷ୍ଟ କରିବାକୁ ଯୋଜନା କରୁଥିଲେ କି ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ? ହତ୍ୟା ଘଟଣାର ଦିନକ ପରେ ସେମିନାଲ ହଲ୍‌ର ନବୀକରଣ ପାଇଁ କାହିଁକି ନିର୍ଦ୍ଦେଶ ଦେଇଥିଲେ? ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ହାତରେ ଲାଗିଛି ଏ ସମ୍ପର୍କିତ ଏକ୍ଲୁସିଭ୍‌ ଚିଠି।

ସନ୍ଦୀପ ଘୋଷ ପୂର୍ତ୍ତ ବିଭାଗକୁ ଚିଠି ଲେଖି ଡାକ୍ତରଖାନାର ସମସ୍ତ ବିଭାଗର ଡାକ୍ତରଙ୍କ କଠୋରୀର ମରାମତି, ନବୀକରଣ ଏବଂ ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସନ୍ଦୀପ ଘୋଷ ଚିଠିରେ ଲେଖିଥିଲେ, "ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ଆରଜି କର ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତରଙ୍କ କୋଠରୀ ଏବଂ ବ୍ୟକ୍ତିଗତ ଶୌଚାଳୟର ଅଭାବ ରହିଛି। ରେସିଡେଣ୍ଟ ଡାକ୍ତରଙ୍କ ଚାହିଦା ଅନୁଯାୟୀ ତୁରନ୍ତ ଆବଶ୍ୟକ କାର୍ଯ୍ୟ କରିବାକୁ ଅନୁରୋଧ କରୁଛୁ।"

sandip ghosh

ଅପରପଟେ କୋଲକାତା ଦୁଃଷ୍କର୍ମ-ହତ୍ୟା ମାମଲାରେ ବିଜେପି ସମାନ ଦାବି କରିଛି। ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି ଯେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏହି ଘଟଣାର ଗୋଟିଏ ଦିନ ପରେ ସେମିନାର ହଲ ନିକଟରେ ନବୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା।

ପ୍ରକାଶ ଥାଉ କି, ଆରଜିକର ହସ୍ପଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଗୋଟିଏ ଦିନ ପରେ ସନ୍ଦୀପ ଘୋଷ ଏହି ଚିଠି ଲେଖିଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ସେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପଶ୍ଚିମବଙ୍ଗ ସରକାର ତାଙ୍କୁ କଲିକତା ନ୍ୟାସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ।

ଏହାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ତୀବ୍ର ବିରୋଧ ଏବଂ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର କରାଯାଇଥିଲା। ଏହାପରେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଆର୍ଥିକ ହେରଫେର ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ସେ ସିବିଆଇ ରିମାଣ୍ଡରେ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+