ପଞ୍ଚଭୂତରେ ଲୀନ ହେଲେ ମନମୋହନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ ଦେଇଛି ଭାରତ । ପଞ୍ଚଭୂତରେ ବିଲୀନ ହୋଇଛି ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର ଶେଷକୃତ୍ୟ ହୋଇଛି। ଶେଷକୃତ୍ୟ ପାଇଁ ଦିନ ୧୦ଟା ପରେ ତାଙ୍କ ପାର୍ଥିବ ଶରୀର ସର୍ବ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରୁ ବାହାରି ଶ୍ମଶାନରେ ପହଞ୍ଚିଥିଲା।

ସ୍ଥଳସେନା, ବାୟୁସେନା ଓ ନୌସେନା ତଫରୁ ମନମୋହନ ସିଂହଙ୍କୁ ସଲାମି ଦିଆଯାଇଛି। ଶିଖ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା, ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ସମେତ ବହୁ ବଡ଼ ବଡ଼ ନେତା ଏଥିରେ ଯୋଗ ଦେଇଥିଲେ।

Manmohan Singh

ସକାଳୁ ମନମୋହନଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ପାର୍ଥିବ ଶରୀର ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+