ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ:ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Manmohan Singh Death: ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ୯୨ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରାଯାଉଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିବାର ବ୍ୟତୀତ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ AIIMS ରେ ଉପସ୍ଥିତ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତକୁ ଖବରକୁ ଦିଲ୍ଲୀ ଏମ୍ସ ନିଶ୍ଚିତ କରିଛି । ରାତି ୯ଟା ୧୫ରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି ।

-

Former Prime Minister Manmohan Singh

ମନମୋହନଙ୍କ ବିୟୋଗକୁ ବଡ଼ କ୍ଷତି କହିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି, ମନମୋହନ ଏପରି ଜଣେ ବିରଳ ରାଜନେତା ଥିଲେ ଯିଏ ଶିକ୍ଷା ଓ ପ୍ରଶାସନ ଦୁନିଆରେ ସହଜତାର ସହ କାମ କରିଛନ୍ତି । ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଲେଖିଛନ୍ତି, 'ଭାରତ ନିଜର ଜଣେ ପ୍ରତିଷ୍ଠିତ ନେତା ଡଃ ମନମୋହନ ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛି । ଏକ ସାଧାରଣ ପରିବାରରୁ ଆସି ସେ ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ହୋଇଥିଲେ । ସେ ଅର୍ଥମନ୍ତ୍ରୀଙ୍କ ସମେତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ବର୍ଷ ବର୍ଷ ଧରି ଆମର ଅର୍ଥନୈତିକ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ। ଏଥି ସହିତ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲେଖିଛନ୍ତି ଯେ ମନମୋହନ ସିଂ ଜୀ ଯେପରି ସମ୍ମାନ ଦେଇଥିଲେ ତାହା ରାଜନୀତି କ୍ଷେତ୍ରରେ ଖୁବ୍ କମ ଲୋକ ଦେଇଥାନ୍ତି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ଭାରତ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା, ଅପୂର୍ବ ଅଖଣ୍ଡତାର ନେତା ତଥା ଅଦୃଶ୍ୟ ସ୍ଥିତିର ଅର୍ଥନୀତିଜ୍ଞଙ୍କୁ ହରାଇଛି। ତାଙ୍କର ଅର୍ଥନୈତିକ ଉଦାରୀକରଣ ଏବଂ ଅଧିକାର ଭିତ୍ତିକ କଲ୍ୟାଣ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନରେ ଗଭୀର ରୂପାନ୍ତର କରି ଭାରତରେ ଏକ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି କରି ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସଫଳ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+