ଜାଣନ୍ତୁ କିଭଳି ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନ ଯାତ୍ରା

୯୨ ବର୍ଷ ବୟସରେ ଡକ୍ଟର ମନମୋହନ ସିଂହଙ୍କ ପରଲୋକ ହୋଇଛି । ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

ଡକ୍ଟର ମନମୋହନ ସିଂ ୧୯୩୨ ମସିହା ସେପ୍ଟମ୍ବର ୨୬ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ୧୯୫୨-୧୯୫୪ରେ ସେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର (Economics)ରେ ସ୍ନାତକ କରିଥିଲେ । ୧୯୫୭ରେ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ (Economic Tripos) ଅଧ୍ୟୟନ ଶେଷ କରିଥିଲେ । ସେହିପରି ୧୯୭୧ରେ ବାଣିଜ୍ୟ ମନ୍ତ୍ରାଳୟରେ ଆର୍ଥିକ ପରାମର୍ଶଦାତା ଥିଲେ ମନମୋହନ । ୧୯୭୨ରେ ତାଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଗଲା ।

୧୯୮୭-୧୯୯୦ରେ ଜେନେଭାରେ ଦକ୍ଷିଣ ଆୟୋଗର ମହାସଚିବ ଭାବେ ନିଯୁକ୍ତ ହୋଇଥିଲେ ମନମୋହନ । ଡକ୍ଟର ସିଂହ କାର୍ଯ୍ୟ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ୟୁଜିସିର ଅଧ୍ୟକ୍ଷ ପଦ ଅନ୍ୟତମ। ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ରାଜ୍ୟସଭାରେ ୧୯୯୮ ଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇଥିଲେ ମନମୋହନ ସିଂହ ।

୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଡ. ମନମୋହନ ସିଂହ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ସେ ଚତୁର୍ଥ ଦୀର୍ଘ ସମୟ ଧରି ଏହି ପଦବୀରେ ରହିସାରିଛନ୍ତି। ଡ.ମନମୋହନ ସିଂ ଭାରତର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହେରୁଙ୍କ ପରେ ସେ ପୂର୍ଣ୍ଣ ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ ହେବା ପରେ ପୁନ-ନିର୍ବାଚିତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

Manmohan Singh

ମନମୋହନ ସିଂ ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା),ସୂଚନା ଅଧିକାର ଆଇନ (RTI), ଆଧାର , ଆଧାର ପରିଯୋଜନା ପଛରେ ବି ରହିଛି ମନମୋହନ ସିଂହ ବଡ଼ ଭୂମିକା । ଦେଶବାସୀଙ୍କୁ ଏକକ ପରିଚୟ ପ୍ରଦାନ କରିବା ଏବଂ ବିଭିନ୍ନ ସେବାକୁ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚାଇବା ପାଇଁ ତାଙ୍କ କାର୍ଯ୍ୟକାଳ ସମୟରେ ହିଁ ଏହାକୁ ଆରମ୍ଭ କରାଯାଇଥିଲା ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (DBT), କୃଷି ଋଣ ଛାଡ଼, ଭାରତ-ଆମେରିକା ପରମାଣୁ ଚୁକ୍ତି,ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ମନମୋହନ ସିଂ । ମନମୋହନ ସିଂ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୭ରେ ପଦ୍ମ ବିଭୂଷଣ, ୧୯୯୩ରେ ଅର୍ଥମନ୍ତ୍ରୀ ଥିବାବେଳେ ୟୁରୋ ମନି ଆୱାର୍ଡ,୧୯୯୩ ଓ ୧୯୯୪ରେ ଏସିଆ ମନି ଆୱାର୍ଡ ଏବଂ ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହରଲାଲ ନେହେରୁ ଜନ୍ମ ଶତାବ୍ଦୀ ପୁରସ୍କାର ପାଇଥିଲେ ମନମୋହନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+