ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଆଜି ଏମ୍ସରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା।

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଆଜି ଏମ୍ସରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ଏହା ମଧ୍ୟରେ ତାଙ୍କର କିଛି ଟେଷ୍ଟ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ୨ ଦିନ ଜ୍ୱର ହେବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଘଟିଥିଲା ।

Manmohan Singh

ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମନମୋହନ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କୁ କୋଭିଡ୍ ହୋଇଥିଲା। ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ୍ କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା।

ତେବେ ବର୍ତମାନ ଏ ନେଇ କୌଣସି ରିପୋର୍ଟ ଆସି ନାହିଁ । ସୂଚନାଯୋଗ୍ୟ ମନମୋହନ ସିଂ ସୁଗାର ରୋଗରେ ଆକ୍ରାନ୍ତ, ତାଙ୍କର ୨ଥର ବାୟପାସ ସର୍ଜରୀ ମଧ୍ୟ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+