ରାଜଘାଟରେ ତିଆରି ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ
ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସର ଅର୍ଥାତ୍ ରାଜଘାଟ ପରିସର ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି ।ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା ଜାଣାଶୁଣା ଲେଖିକା ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ୪ ବର୍ଷ ପରେ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଜମି ଦେଇଥିବାରୁ ଏହାକୁ ତାଙ୍କ ଝିଅ ଶର୍ମିଷ୍ଠା ସ୍ୱାଗତ କରିଛନ୍ତି।
ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏପରି ନିଷ୍ପତ୍ତିକୁ ସେ ବିନତୀ ଓ ଅପ୍ରତ୍ୟାଶିତ ବୋଲି ଅବିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଏବଂ କେନ୍ଦ୍ର ଗୃହ ଏବଂ ନଗର ମନ୍ତ୍ରଣାଳୟର ଚିଠି ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ବାବା (ପ୍ରଣବ ମୁଖାର୍ଜୀ) କହୁଥିଲେ ଯେ ରାଷ୍ଟ୍ରୀୟ ସମ୍ମାନ ପାଇଁ ନକୁହାଯିବା ଦରକାର, ବରଂ ତାହା ଅଫର୍ କରଯାଇଥାଏ ।
ପ୍ରଧାନମନ୍ତ୍ରୀ ମୋଦୀ ବାବାଙ୍କ ସ୍ମୃତି ଏବଂ ସମ୍ମାନ ପାଇଁ ଏପରି କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି । ତେବେ ଏଥିରେ ବାବାଙ୍କ ଉପରେ କୌଣସି ଫରକ ପଡ଼ିବ ନାହିଁ କାରଣ ସେ ଏବେ ଏହି ଦୁନିଆରେ ନାହାନ୍ତି ଏବଂ ସେ ପ୍ରଶଂସା ଏବଂ ସମାଲୋଚନାଠାରୁ ବାହାରେ ଥିଲେ । କିନ୍ତୁ ତାଙ୍କ ଝିଅ ହୋଇଥିବାରୁ ମୁଁ ନିଜ ଖୁସିକୁ ଶବ୍ଦରେ ବ୍ୟକ୍ତ କରିପାରିବି ନାହିଁ ।

୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା'ଙ୍କ ସ୍ମାରକୀ ପାଇଁ ଜମି ଦେଇନ୍ତି, ୨୦୧୨ରୁ ୨୦୧୭ ଯାଏ ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୫ ଦଶନ୍ଧି ଧରି ସେ ସକ୍ରିୟ ରାଜନୀତିରେ ରହିଥିଲେ।
କଂଗ୍ରେସର ଜଣେ ପ୍ରମୁଖ ସଦସ୍ୟ ଭାବେ ସେ ଏକାଧିକ ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ଶ୍ରୀ ମୁଖାର୍ଜୀ ୨୦୦୯ରୁ ୨୦୧୨ ଯାଏ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିଥିଲା।
କିଛି ଦିନ ତଳେ ଶର୍ମିଷ୍ଠା ମୁଖାର୍ଜୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାରକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ ପଚାରିଥିଲେ, "ଆଜି ବହୁତ ହୋହାଲ୍ଲା ହେଉଛି, କିନ୍ତୁ ମୋ ବାବାଙ୍କ ପାଇଁ କିଛି କରିନାହାଁନ୍ତି, ଯେତେବେଳେ କି ସେ ସାରା ଜୀବନ କଂଗ୍ରେସ ସହିତ ଥିଲେ ।












Click it and Unblock the Notifications