ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ପ୍ରଜ୍ବଳ ରେବନା
କର୍ଣ୍ଣାଟକର ସାଂସଦ-ବିଧାୟକ କୋର୍ଟ ଜେଡିଏସ୍ ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ବଡ ଝଟକା ଲାଗିଛି । ଯୌନ ଶୋଷଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଯେତେବେଳେ କୋର୍ଟ ରାୟ ଶୁଣାଣିଲେ ପ୍ରଜ୍ୱଳ ନିୟନ୍ତ୍ରଣ ହରାଇ କାନ୍ଦିବାରେ ଲାଗିଥିଲେ । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨ରେ ଦଣ୍ଡ ଘୋଷଣା କରାଯିବ ବୋଲି କୋର୍ଟ କହିଛନ୍ତି । ରେଭାନ୍ନାଙ୍କ ବିରୋଧରେ ହାସନ ଜିଲାର ହୋଲେନରସିପୁରାର ଏକ ଫାର୍ମହାଉସର ଜଣେ ସହାୟିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ରେଭାନ୍ନା ଗତ ୧୪ମାସ ହେବ ଜେଲରେ ରହିଛନ୍ତି ।













Click it and Unblock the Notifications