ଘରକୁ ଅଣାଗଲା ମନମୋହନ ସିଂଙ୍କ ପାର୍ଥିବ ଶରୀର, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ
Manmohan Singh Passed Away: ଗୁରୁବାର ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ନିଶ୍ଵାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ଗତକାଲି ବିଳମ୍ବିତ ରାତିରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଘରକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କ ପରିବାର ସଦସ୍ୟ, ବନ୍ଧୁ, ରାଜନୈତିକ ବ୍ୟକ୍ତିବିଶେଷ ଏବଂ ପ୍ରଶଂସକମାନେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ଭାରତର ଆର୍ଥିକ ପରିବର୍ତ୍ତନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଏବଂ ବିକାଶରେ ପରିପୂର୍ଣ୍ଣ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବରିଷ୍ଠ ନେତା ତଥା ଜଣାଶୁଣା ବ୍ୟକ୍ତିତ୍ୱ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ସିଂହଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ମନମୋହନଙ୍କ ବିୟୋଗକୁ ବଡ଼ କ୍ଷତି କହିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି, ମନମୋହନ ଏପରି ଜଣେ ବିରଳ ରାଜନେତା ଥିଲେ ଯିଏ ଶିକ୍ଷା ଓ ପ୍ରଶାସନ ଦୁନିଆରେ ସହଜତାର ସହ କାମ କରିଛନ୍ତି । ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।












Click it and Unblock the Notifications