ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୯୨ ବର୍ଷୀୟ ମନମୋହନଙ୍କୁ ଏମର୍ଜେନ୍ସି ବିଭାଗକୁ ଅଣାଯାଇଛି। ତେବେ କେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି, ତାହାର କାରଣ ଜଣାପଡିନାହିଁ।

ଏହା ପୂର୍ବରୁ ମଧ୍ୟ ଡଃ ସିଂଙ୍କୁ ବିଭିନ୍ନ ପ୍ରକାରର ଅସୁସ୍ଥତା କାରଣରୁ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୯ରେ ତାଙ୍କର ଅସ୍ତ୍ରୋପଚାର ବି କରାଯାଇଥିଲା । ଓଡ଼ିଆ ଡାକ୍ତର ତଥା ମୁମ୍ବାଇସ୍ଥିତ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡ.ରମାକାନ୍ତ ପଣ୍ଡା ତାଙ୍କର ଅସ୍ତ୍ରୋପଚାର କରିଥିଲେ । ୯୨ ବର୍ଷୀୟ ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସେ ଭାରତର ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବ ମଧ୍ୟ ରହିସାରିଛନ୍ତି ।












Click it and Unblock the Notifications