Haryana Assembly Election : ଭୋଟ ଦେଲେ ପୂର୍ବତନ ରାଜ୍ୟପାଳ
Haryana Assembly Election 2024 : ଭୋଟ୍ ଦେଉଛି ହରିଆଣା। ଆଜି ସକାଳ ୧୧ ଟା ସୁଦ୍ଧା ପର୍ଯ୍ୟନ୍ତ ୨୨.୭୦ ପ୍ରତିଶତ ଭୋଟିଂ ହୋଇଛି। ସକାଳ ୭ଟାରୁ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଉ ଆଜି ଏହି ମତଦାନରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଗଣେଶ ଲାଲ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, "ଯେଉଁମାନେ ବିଶ୍ୱ ବନ୍ଧୁଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ଆମେ ସେମାନଙ୍କୁ ଭୋଟ୍ ଦେଇଛୁ। ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ବିଷୟରେ କଥାବାର୍ତ୍ତା ...
ସୁଚନା ଯୋଗ୍ୟ ଯେ, ହରିଆଣା ବିଧାନସଭାର ୯୦ ଆସନରେ ଆରମ୍ଭ ହୋଇଯାଇଛି ମତଦାନ। ୨୦ ହଜାର ୬୩୨ଟି ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟିରୁ ଅଧିକ ମତଦାତା। ଆଜି ୯୦ଟି ଆସନ୍ ପାଇଁ ମତଦାନ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୮ ତାରିଖରେ ଭୋଟ ଫଳାଫଳ ଆସିବ । ହରିଆଣାରେ ଚଳିତ ନିର୍ବାଚନ ରୋଚକ ହେବାକୁ ଯାଉଛି । ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି।

ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥରେ ନିର୍ବାଚନୀ ମୈଦାନରେ ମୋଟ ୯୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୦ ହଜାର ୧୦୩୧ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୦୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।












Click it and Unblock the Notifications