ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା। ମୁମ୍ବାଇରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

NCP leader Baba Siddique

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଗୁଳି ତାଙ୍କ ପେଟରେ ଓ ଆଉ ଗୋଟିଏ ଗୁଳି ତାଙ୍କ ଛାତିରେ ମାଡ଼ ହୋଇଛି। ଗୁଳି ମାଡ଼ ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ସୂଚନା ଅନୁସାରେ, ବାବା ଆଜି ରାତି ପ୍ରାୟ ୯.୧୫ରେ ମୁମ୍ବାଇର ନିର୍ମଳ ନଗର ସ୍ଥିତ ତାଙ୍କ ଅଫିସରୁ ବାହାରିଥିଲେ। ସେ ନିଜ କାରରେ ବସିବା କ୍ଷଣି ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ସେ କାରରେ ବସିବା କ୍ଷଣି ପ୍ରଥମେ ବାଣ ଫୁଟିଥିଲା। ବାଣ ଫୁଟିବା ମାତ୍ରେ ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିଲା।

ଏହାର ଫାଇଦା ନେଇ ଆକ୍ରମଣକାରୀମାନେ ତାଙ୍କ ଉପରକୁ କାର ଭିତରେ ହିଁ ଏକାଧିକ ରାଉଣ୍ଡ ଗୁଳି କରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ସେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+