ବିଜେପିରେ ଯୋଗ ଦେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର
Jagadish Shettar Re-Joins BJP: ଆଗାକୁ ରହିଛି ଲୋକସଭା ନିର୍ବାଚନ ୨୦୨୪ । ଯେଉଁଥିବା ସରଗରମ ରହିଛି ଦେଶର ରାଜନୀତି । ଏହାରି ମଧ୍ୟରେ କର୍ଣ୍ଣାଟକ ରାଜନୀତିରେ ଦେଖିବା ପାଇଁ ମିଳିଛି ବଡ଼ ପରିବର୍ତ୍ତନ । ନିର୍ବାଚନ ପୂର୍ବରୁ ବିଜେପିରେ ପୁନଃ ଯୋଗ ଦେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀପ ଶେଟ୍ଟର ( Jagadish Shettar ) । ଗତ ବର୍ଷ ସେ କଂଗ୍ରେସରେ ଯୋଗ ଦେଇଥିଲେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ପହଞ୍ଚିଥିଲେ ଜଗଦୀଶ । ଟିକେଟ୍ ନ ମିଳିବାରୁ ସେ ଦଳ ଛାଡିଥିଲେ ଏବଂ କଂଗ୍ରେସର ଯୋଗ ଦେଇଥିଲେ । ଛଅ ଥର ବିଧାୟକ ରହିଥିବା ଜଗଦୀଶ ଦଳ ଛାଡିବା ପରେ ରାଜ୍ୟରେ ବିଜେପିକୁ ଲାଗିଥିଲା ଝଟକା ଏବଂ କଂଗ୍ରେସକୁ ଉଠାଇଥିଲା ଫାଇଦା । କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିଥିଲା ।

ବର୍ତ୍ତମାନ ପୁଣି ବିଜେପିକୁ ଫେରିଛନ୍ତି ଜଗଦୀଶ । ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିୱାଇ ବିଜୟେନ୍ଦ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।












Click it and Unblock the Notifications