ମିଳିଲା ନାହିଁ ଆସ୍ୱସ୍ତି, ୩ ଦିନିଆ ଇଡି ରିମାଣ୍ତରେ ଗଲେ ହେମନ୍ତ ସୋରେନ

Jharkhand: ଜମି ଦୁର୍ନିତି ମାମଲାରେ ଝାରଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବର୍ତ୍ତମାନ କୋର୍ଟ ପକ୍ଷରୁ କୌଣସି ଆସ୍ୱସ୍ତି ମିଳିପାରି ନାହିଁ । ରାଞ୍ଚିର PMLA କୋର୍ଟ ହେମନ୍ତ ସୋରେନଙ୍କ ରିମାଣ୍ଡକୁ ଟଙ୍କା ହେରଫେର ମାମଲାରେ ତିନି ଦିନ ବୃଦ୍ଧି କରିଛନ୍ତି ।

hemant Soren

ସୋମବାର ଏହି ମାମଲାର ଶୁଣାଣି ବେଳେ ରାଞ୍ଚିର PMLA କୋର୍ଟ ହେମନ୍ତ ସୋରେନଙ୍କୁ ତିନି ଦିନ ପାଇଁ ଇଡି ରିମାଣ୍ଡରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଓକିଲ ହେମନ୍ତ ସୋରେନଙ୍କୁ କୋର୍ଟରୁ 4 ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ହେମାନ୍ତ ସୋରେନଙ୍କ ଓକିଲ ତାଙ୍କୁ କୋର୍ଟରେ ଅଧିକ ଇଡି ରିମାଣ୍ଡରେ ନେବାକୁ ବିରୋଧ କରିଥିଲେ। ସେ କହିଛନ୍ତି ଯେ ହେମନ୍ତ ସୋରେନଙ୍କ ସମ୍ପୂର୍ଣ୍ଣ ପଚରାଉଚରା 10 ଦିନ ମଧ୍ୟରେ କରାଯିବ। ତାଙ୍କୁ ଅଧିକ ପଚରାଉଚରା କରିବାର କୌଣସି ଆବଶ୍ୟକତା ନାହିଁ ।

ସୂଚନା ଯୋଗ୍ୟ ଯେ ହେମନ୍ତ ସୋରେ ଜମି ଦୁର୍ନିତି ମାମଲାରେ ଗିରଫ ହେବା ପରେ ସିଏମ୍ ଚମ୍ପାଇ ସୋରେନ୍ ଫେବୃଆରୀ ୨ ରେ କଂଗ୍ରେସ ବିଧାନସଭା ପାର୍ଟି ନେତା ଆଲାମଗିର ଆଲାମ ଏବଂ ଆରଜେଡି ବିଧାନସଭା ପାର୍ଟି ନେତା ସତ୍ୟନନ୍ଦ ଭୋକ୍ତାଙ୍କ ସହ ଶପଥ ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+