ଜେଲରୁ ବାହାରିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
Hemant Soren Bail: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ଶୁକ୍ରବାର ଦିନ ରାଞ୍ଚିର ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଛି। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆଜି ଝାଡଖଣ୍ତ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ସେ ପ୍ରାୟ ୫ ମାସ ଜେଲରେ ରହିବା ପରେ ବାହାରକୁ ଆସିଛନ୍ତି । ତାଙ୍କୁ ୩୧ ଜାନୁଆରୀରେ ଇଡି ଗିରଫ କରିଥିଲା।
ହେମନ୍ତ ସୋରେନଙ୍କ ବିରୋଧରେ ୮.୪୨ ଏକର ଜମି ଦୁର୍ନୀତି ଅଭିଯୋଗ ରହିଛି । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଇଡି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି । ଅନ୍ୟପଟେ ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ତାଙ୍କ ବାସଭବନକୁ ଯାଇଛନ୍ତି। ଏହି ସମୟରେ କନଭେନରେ ଶହ ଶହ ଗାଡି ଦେଖିବାକୁ ମିଳିଥିଲା ।

ସେ ଜେଲରୁ ବାହାରିବା ମାତ୍ରେ ହାତ ହଲାଇ ପାର୍ଟି କର୍ମକର୍ତ୍ତା ମାନଙ୍କୁ ଅଭିବାଦନ ଜଣାଇଥିଲେ। ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହେମନ୍ତ ସୋରେନ ଜେଲରୁ ବାହାରିବା ମାତ୍ରେ ସେମାନେ ଜିନ୍ଦାବାଦର ନାରେ ଦେଇଥିଲେ।












Click it and Unblock the Notifications