Get Updates
Get notified of breaking news, exclusive insights, and must-see stories!

ଚର୍ଚ୍ଚାର ଅନ୍ତ ! ଆସନ୍ତା ୩୦ ତାରିଖରେ ବିଜେପିରେ ମିଶିବେ ଚମ୍ପାଇ ସୋରେନ

ବିଜେପିରେ ମିଶିବେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଆସନ୍ତା ୩୦ ତାରିଖ (ଶୁକ୍ରବାର) ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚମ୍ପାଇ ଭେଟିଥିଲେ । ପରେ ହିମନ୍ତ ବିଶ୍ବଶର୍ମା ଏହି ସାକ୍ଷାତକାରର ଏକ ଫଟୋ ଟ୍ବିଟ୍‌ କରି ଏପରି ସୂଚନା ଦେଇଛନ୍ତି ।

Champai Soren will join BJP
'ଏକ୍ସ'ରେ ଆସାମ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି,''ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ଜଣେ ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ସେ ଆନୁଷ୍ଠାନିକ ଭାବରେ ଆସନ୍ତା 30 ଅଗଷ୍ଟରେ ରାଞ୍ଚିରେ ବିଜେପିରେ ଯୋଗଦେବେ ।''ଗତକାଲି ହିମନ୍ତ ବିଶ୍ବଶର୍ମା, ଚମ୍ପାଇ ସୋରେନ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଯାହାର ଫଠୋ ମଧ୍ୟ ବିଶ୍ବଶର୍ମା ଟ୍ବିଟରରେ ସେୟାର କରିଛନ୍ତି ।

ପ୍ରଥମେ ଚମ୍ପାଇ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ ଅଗଷ୍ଟ 21 ତାରିଖରେ ଦିଲ୍ଲୀ ଯାଇ ଫେରିବା ପରେ ସମର୍ଥକଙ୍କ ସହ ଆଲୋଚନା କରି ନୂଆ ଦଳ ଗଢିବା ନେଇ କହିଥିଲେ ଚମ୍ପାଇ । ଚମ୍ପାଇ ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ,'' ମୋତେ ଅନ୍ୟ ବିକଳ୍ପ ବାଛିବାକୁ ପଡିବ । ମୋ ଆଗରେ ବର୍ତ୍ତମାନ 3ଟି ରାସ୍ତା ରହିଛି । ବର୍ତ୍ତମାନ ସ୍ଥିତିରେ ତିଷ୍ଠି ରହିବା, ନୂଆ ଦଳ ଗଢିବା, ନଚେତ ରାଜନୀତିରୁ ସନ୍ୟାନ ନେବେ ।''

ଚମ୍ପାଇ ସୋରେନ ଯେଉଁଭଳି ଭାବେ ମୁଖ୍ୟପଦରୁ ହଟିଲେ ଏବଂ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ, ସେଥିରେ ସେ ଖୁସି ନଥିଲେ । ଏହି ଅସନ୍ତୋଷ ଯୋଗୁଁ ସେ 'ଜେଏମଏମ' ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଅଗଷ୍ଟ 18 ତାରିଖରେ ଚମ୍ପାଇ 'ଜେଏମଏମ'ର ୬ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଦିଲ୍ଲୀ ଯାଇଥିଲେ । ସେହି ସମୟରେ ତାଙ୍କୁ ବିଜେପିରେ ମିଶିବା ନେଇ ପ୍ରଶ୍ନ କରାଯିବାରୁ ଏହାକୁ ଖଣ୍ଡନ କରିଥିଲେ । ମୁଖ୍ୟମନ୍ତ୍ରୀ ଥିବାବେଳେ ଦଳରେ ତାଙ୍କୁ ଅପମାନିତ କରାଯାଉଥିବା ଏକ୍ସରେ ଟ୍ବିଟ କରି କହିଥିଲେ ସୋରେନ ।

କେଉଁ କଥା ଚମ୍ପାଇଙ୍କୁ ଆଘାତ ଦେଇଥିଲା?

ଦଳରେ ଅପମାନ ମିଳିଥିବା କହି ଦୁଃଖ ପ୍ରକାଶ କରି ପୂର୍ବରୁ ପୋଷ୍ଟ କରିଥିଲେ ଚମ୍ପାଇ ସୋରେନ । ସେ ଲେଖିଥିଲେ,"କ୍ଷମତାର ଲୋଭ ଟିକିଏ ବି ନଥିଲା । ହେଲେ ଆତ୍ମସମ୍ମାନରେ ଦିଆଯାଇଥିବା ଆଘାତକୁ କିପରି ଦେଖାଇବି ? ନିଜ ଲୋକ ଦେଇଥିବା କଷ୍ଟକୁ କାହା ଆଗରେ ଜଣାଇବି ? ଅପମାନଜନକ ବ୍ୟବହାର ପରେ ନିଜକୁ ବୁଝାଇବାକୁ ଚେଷ୍ଟା କରିଛି । ହେଲେ ତାଙ୍କର ଉଦ୍ଦେଶ୍ୟ କେବଳ ଚୌକି ଥିଲା । ମୋତେ ଏପରି ଲାଗିଲା ଯେମିତି ମୋର କୌଣସି ମୂଲ୍ୟ ନାହିଁ । ପରଦିନ ମୁଁ ଜାଣିଲି ଯେ, ଆଗାମୀ ଦୁଇ ଦିନ ପାଇଁ ମୋର ସମସ୍ତ କାର୍ଯ୍ୟକ୍ରମ ଦଳର ନେତୃତ୍ବଙ୍କ ଦ୍ବାରା ସ୍ଥଗିତ ରଖାଯାଇଛି । ସେଥି ମଧ୍ୟରୁ ଗୋଟିଏ ଡୁମକାରେ ଏକ ଜନସାଧାରଣକୁ ସମ୍ବୋଧନ କାର୍ଯ୍ୟକ୍ରମ ଥିଲାବେଳେ ଅନ୍ୟ କାର୍ଯ୍ୟକ୍ରମଟି PGT କୁ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଥିଲା । ଜୁଲାଇ 3ରେ ବିଧାୟକ ଦଳ ବୈଠକ ଡକାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଆପଣ CM ଭାବରେ କୌଣସି କାର୍ଯ୍ୟକ୍ରମକୁ ଯାଇପାରିବେ ନାହିଁ । କ'ଣ ଗଣତନ୍ତ୍ର ପାଇଁ ଏହାଠୁ ଖରାପ କଥା କିଛି ଥାଇପାରେ ? ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରିବା କେତେ ଯୁକ୍ତିଯୁକ୍ତି ?"।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+